ପୁଣି ଏକ ଶିଶୁ ନିଖୋଜ । ଗଜପତି କାଶୀନଗରରୁ ୭ ବର୍ଷର ଶିଶୁପୁତ୍ର ନିଖୋଜ ହୋଇଥିବା ଅଭିଯୋଗ, ପୋଲିସର ତନାଘନା ଜାରି ।

501

କନକ ବ୍ୟୁରୋ: ରାଜ୍ୟରେ କୁନି କୁନି ପିଲାଙ୍କ ପ୍ରତି ବଢୁଛି ବିପଦ । ନୟାଗଡ଼ ଢ଼େଙ୍କାନାଳ ପରେ ଏବେ ଗଜପତି କାଶୀନଗରରୁ ଶିଶୁପୁତ୍ର ନିଖୋଜ । କାଶୀନଗରରୁ ୭ ବର୍ଷର ଶିଶୁପୁତ୍ର ନିଖୋଜ। ନିଖୋଜ ଶିଶୁ ହେଉଛନ୍ତି କାଶୀନଗର ଗ୍ରାମର ଝାମି ଗୋପିଙ୍କ ପୁଅ ହାର୍ଦ୍ଦିକ । ସୂଚନା ମୁତାବକ ନିଜ ଘରଠାରୁ ୫୦ ମିଟର ଦୂର ଏକ କେକ୍ ଦୋକାନ ନିକଟରେ ସନ୍ଧ୍ୟା ସମୟରେ ଖେଳୁଥିଲେ୧ । ହଠାତ୍ ଖେଳୁଥିବା ବେଳେ ଦୁଇଜଣ ଅଜଣା ବ୍ୟକ୍ତି ବାଇକ ଯୋଗେ ଆସି ଉଠାଇ ନେଇଥିବା ଅଭିଯୋଗ ହୋଇଛି । ତେବେ ଏନେଇ କାଶୀନଗର ଥାନାରେ ପରିବାର ପକ୍ଷରୁ ଏତଲା ଦିଆଯାଇଛି । ଆଉ ଏତଲା ପରେ ଅପହରଣ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି କାଶୀନଗର ପୋଲିସ ।