କନକ ବ୍ୟୁରୋ : ବିଜେପୁର ଉପନିର୍ବାଚନ ପାଇଁ ଭୋଟ ଗଣତି ଜାରି । ୭ମ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ରୀତା ସାହୁ ଆଗୁଆ ରହିଛନ୍ତି । ରୀତା ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ଅଶୋକ ପାଣିଗ୍ରାହୀଙ୍କ ଠାରୁ ୧୫୦୭୫ ଭୋଟରେ ଆଗରେ ରହିଛନ୍ତି । ୭ମ ରାଉଣ୍ଡରେ ରୀତା ୫୪୩୭ଟି ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ୩୧୬୦ଟି ଭୋଟ ହାତେଇଛନ୍ତି । କଂଗ୍ରେସର ନିରାଶଜନକ ପ୍ରଦର୍ଶନ ଜାରି ରହିଛି । କଂଗ୍ରେସ ପ୍ରାର୍ଥୀ ପ୍ରଣୟ ୭ମ ରାଉଣ୍ଡରେ ମୋଟ ୨୦୬ଟି ଭୋଟ ପାଇଛନ୍ତି । ନୋଟା ବିକଳ୍ପରେ ୭୩ଟି ଭୋଟ ପଡିଥିବା ସୂଚନା ମିଳିଛି ।
ମୋଟାମୋଟି ଭାବେ ଦେଖିବାକୁ ଗଲେ ୭ମ ରାଉଣ୍ଡ ସୁଦ୍ଧା ବିଜେଡି ୩୮୮୧୪ଟି ଭୋଟ ପାଇ ପ୍ରଥମ ସ୍ଥାନରେ ଥିବା ବେଳେ ବିଜେପିକୁ ମିଳିଛି ୨୩୭୩୯ଟି ଭୋଟ । ସେହିଭଳି କଂଗ୍ରେସ ମୋଟ ୨୦୮୩ ଭୋଟ ପାଇବାକୁ ସକ୍ଷମ ହୋଇଛି । ଏହାଛଡା ନୋଟାରେ ୬୬୭ଟି ଭୋଟ ପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/02/02-17.jpg)