ସପ୍ତମ ବେତନ କମିଶନ : ୫୨ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଓ ୬୦ ଲକ୍ଷ ପେନସନ୍ ଭୋଗୀଙ୍କ ପାଇଁ ଖୁସିଖବର ! ଜୁନ ୨୬ ମହଙ୍ଗା ଭତ୍ତା ବୃଦ୍ଧି ନେଇ ବସିବ ବୈଠକ

2,564

କନକ ବ୍ୟୁରୋ : କେନ୍ଦ୍ର କର୍ମଚାରୀମାନଙ୍କ ପାଇଁ ଖୁସି ଖବର । ମହଙ୍ଗା ଭତ୍ତା ବଢିବାକୁ ଅପେକ୍ଷା କରିଥିବା ପାଖା ପାଖି ୫୨ ଲକ୍ଷ କର୍ମଚାରୀ ଓ ୬୦ ଲକ୍ଷ ପେନସନ୍ ଭୋଗୀଙ୍କୁ ଖୁବଶୀଘ୍ର ସରକାର ଉପହାର ଦେଇ ପାରନ୍ତି । କେନ୍ଦ୍ରୀୟ କର୍ମଚାରୀଙ୍କୁ ମିଳିବାକୁ ଥିବା ଡିଏ ଓ ପେନସନ୍ ଭୋଗୀଙ୍କୁ ମିଳିବାକୁ ଥିବା ଡିଆର ମାମଲାକୁ ନେଇ ସେଂଟ୍ରାଲ ଗଭରମେଣ୍ଟ ସର୍ଭିଶେଷ (ସଜିଏସ୍) କୁ ପ୍ରତିନିଧିତ୍ୱ କରୁଥିବା ନ୍ୟାସନାଲ କାଉଁଶିଲ ଅଫ୍ ଜେସିଏମ୍ ତରଫରୁ ଜୁନ୍ ୨୬ ତାରିଖରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଏନେଇ ନ୍ୟାସନାଲ କାଉଁଶିଲ ଅଫ୍ ଜେସିଏମ୍ ସୂଚନା ଦେଇଥିବା ବେଳେ ଏହି ବୈଠକରେ କ୍ୟାବିନେଟ୍ ସେକ୍ରେଟାରୀ ଅଧ୍ୟକ୍ଷତା କରିବେ ।

ନ୍ୟାସନାଲ  କାଉଁଶିଲ ଅଫ୍ ଜେସିଏମ୍ ର ସୂଚନା ମୁତାବକ ଏହି ବୈଠକରେ ଅର୍ଥମନ୍ତ୍ରଣାଳୟର ବ୍ୟୟ ବିଭାଗ, କାର୍ମିକ ବିଭାଗ ଓ ପ୍ରଶିକ୍ଷଣ ବିଭାଗ ଅଧିକାରୀ ଓ ନ୍ୟାସନାଲ  କାଉଁଶିଲ ଅଫ୍ ଜେସିଏମ୍ ଅଧିକାରୀଙ୍କ ମଧ୍ୟରେ ବୈଠକ ହେବ । ଏହି ସମ୍ମିଳନୀର ଅଧ୍ୟକ୍ଷତା ଭାରତ ସରକାରଙ୍କ କ୍ୟାବିନେଟ୍ ସଚିବ କରିବେ । ଏନେଇ ୍ୟାସନାଲ କାଉଁଶିଲ ଅଫ୍ ଜେସିଏମ୍ ରାଷ୍ଟ୍ରୀୟ ପରିଷଦର ସଦସ୍ୟ ଶିବ ଗୋପାଳ ମିଶ୍ରା କହିଛନ୍ତି କି କେନ୍ଦୀୟ କର୍ମଚାରୀ ଓ ପେନସନ ଭୋଗୀଙ୍କ ସପ୍ତମ ସିପିସି ଡିଏ,ଓ ସପ୍ତମ ସିପିସି ଡିଆର ଲାଭ ଉପରେ ଚର୍ଚ୍ଚା ହେବ । କହିରଖୁ କି ମେ ୮ ତାରିଖରେ ବି ଏନେଇ ଏକ ବୈଠକ ହେବାକୁ ଥିଲା । ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହାକୁ ବାତିଲ କରାଯାଇଥିଲା ।

କେନ୍ଦ୍ର ସରକାରଙ୍କ ଘୋଷଣା ମୁତାବକ ଜୁଲାଇ ପହିଲା ଠାରୁ କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ଲାଗୁ ହେବ । ଅର୍ଥମନ୍ତ୍ରଣାଳୟର ଅନୁରାଗ ଠାକୁର ରାଜ୍ୟସଭାରେ ଏ ସମ୍ବନ୍ଧରେ ସୂଚନା ଦେଇ କହିଥିଲେ କି ଅଲ ଇଣ୍ଡିଆ କନଜ୍ୟୁମର ଇନଡେକ୍ସ ମୁତାବକ ଜାନୁଆରୀରୁ ଜୁନ ମଧ୍ୟରେ ଅତି କମରେ ୪ ପ୍ରତିଶତ ଡିଏ ବୃଦ୍ଧି କରାଯାଇ ପାରିବ । ଏଭଳି ଦେଖାଗଲେ କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୧୭ ପ୍ରତିଶତରୁ ବୃଦ୍ଧି ପାଇ ୨୮ ପ୍ରତିଶତରେ ପହଂଚିଯିବ । ଏହା ମଧ୍ୟରେ ଜାନୁଆରୀ ରୁ ଜୁନ ୨୦୨୦, ୩ ପ୍ରତିଶତ, ଜୁଲାଇରୁ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ୪ ପ୍ରତିଶତ ଓ ଜାନୁଆରୀ ରୁ ଜୁନ ୨୦୨୧ ପର୍ଯ୍ୟନ୍ତ ୪ ପ୍ରତିଶତ ବୃଦ୍ଧି ସାମିଲ ରହିଛି ।