ବଜେଟରେ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ହୋଇପାରେ ବଡ ଘୋଷଣା, ମହଙ୍ଗା ଭତ୍ତା ବୃଦ୍ଧି ନେଇ ଆଶା ।

3,233

କନକ ବ୍ୟୁରୋ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ମୋଦୀ ସରକାରଙ୍କର ଦ୍ୱିତୀୟ କାର୍ଯ୍ୟକାଳର ଅନ୍ତରୀଣ ବଜେଟ୍ ଉପସ୍ଥାପନ କରୁଛନ୍ତି । ଏହା ତାଙ୍କର ଷଷ୍ଠ ବିଜେଟ୍ ପରିବେଷଣ । ଆଗକୁ ନିର୍ବାଚନ ଥିବାରୁ ଏହି ବଜେଟରେ ବଡ ଘୋଷଣା ହେବା ନେଇ ସମସ୍ତଙ୍କ ମନରେ ଆଶା ରହିଛି । ବିଶେଷ କରି ଟ୍ୟାକ୍ସରୁ ନେଇ କୃଷକ ଓ ମହିଳାଙ୍କ ପାଇଁ ଏହି ବଜେଟ୍ ଆଶାଜନକ ହେବ ବୋଲି ଆଶା କରାଯାଉଛି । ଏହାସହ କେନ୍ଦ୍ର କର୍ମଚାରୀଙ୍କର ମହଙ୍ଗା ଭତ୍ତା ବଢିବା ନେଇ ସମ୍ଭାବନା ରହିଛି ।

ଆଶା କରାଯାଉଛି ଯେ, ସରକାର ଏହି ବଜେଟରେ ୪ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କରିବେ । ଯଦି ଏପରି ହୁଏ ତେବେ ସପ୍ତମ ବେତନ ଆୟୋଗ ଆଧାରରେ ମହଙ୍ଗା ଭତ୍ତାକୁ ବୃଦ୍ଧି କରି ୫୦ ପ୍ରତିଶତ କରିଦିଆଯିବ । ଏହାର ଅର୍ଥ କେନ୍ଦ୍ରୀୟ କର୍ମଚାରୀଙ୍କ ମାସିକ ଦରମାରେ ବୃଦ୍ଧି ହେବ । ସେହିପରି ଲେବର ବ୍ୟୁରୋ ପକ୍ଷରୁ ଜାରି କରାଯାଇଥିବା ଏଆଇସିପିଆଇ ଇଣ୍ଡେକ୍ସ ଅନୁସାରେ ମଧ୍ୟ ମହଙ୍ଗା ଭତ୍ତା ୫୦ ପ୍ରତିଶତ ହୋଇପାରେ ।