ପୌର କର୍ମଚାରୀଙ୍କ ପାଇଁ ଖୁସି ଖବର । ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ସପ୍ତମ ବେତନ କମିସନ ଅନୁସାରେ ମିଳିବ ଦରମା

357

କନକ ବ୍ୟୁରୋ :  ପୌରପାଳିକାରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଖୁସି ଖବର । ନିର୍ବାଚନ ପୂର୍ବରୁ ପୌରପାଳିକାରେ କାର୍ଯ୍ୟରତ କର୍ମଚାରୀଙ୍କୁ ବଡ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଣିକି ପୌରପାଳିକାର କର୍ମଚାରୀମାନେ ସପ୍ତମ ବେତନ କମିସନ ଅନୁସାରେ ଦରମା ପାଇବେ । ରବିବାର ଏଭଳି ଘୋଷଣା କରି ପୌରପାଳିକାର କର୍ମଚାରୀଙ୍କୁ ଖୁସି କରିଦେଇଛନ୍ତି ନବୀନ ।

୨୦୧୬ ଏପ୍ରିଲ ପହିଲାରୁ ବର୍ଦ୍ଧିତ ଦରମା ଲାଗୁ କରାଯିବ ବୋଲି ଘୋଷଣା କରିଛନ୍ତି ନବୀନ । ତେବେ ବର୍ଦ୍ଧିତ ଦରମା ବାବଦକୁ ଅତିରିକ୍ତ ଖର୍ଚ୍ଚ ଭାରକୁ ପୌରପାଳିକା ନିଜସ୍ୱ ପାଣ୍ଠିରୁ ବହନ କରିବ ବୋଲି କୁହାଯାଇଛି ।