କନକ ବ୍ୟୁରୋ : ପୌରପାଳିକାରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଖୁସି ଖବର । ନିର୍ବାଚନ ପୂର୍ବରୁ ପୌରପାଳିକାରେ କାର୍ଯ୍ୟରତ କର୍ମଚାରୀଙ୍କୁ ବଡ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଣିକି ପୌରପାଳିକାର କର୍ମଚାରୀମାନେ ସପ୍ତମ ବେତନ କମିସନ ଅନୁସାରେ ଦରମା ପାଇବେ । ରବିବାର ଏଭଳି ଘୋଷଣା କରି ପୌରପାଳିକାର କର୍ମଚାରୀଙ୍କୁ ଖୁସି କରିଦେଇଛନ୍ତି ନବୀନ ।
୨୦୧୬ ଏପ୍ରିଲ ପହିଲାରୁ ବର୍ଦ୍ଧିତ ଦରମା ଲାଗୁ କରାଯିବ ବୋଲି ଘୋଷଣା କରିଛନ୍ତି ନବୀନ । ତେବେ ବର୍ଦ୍ଧିତ ଦରମା ବାବଦକୁ ଅତିରିକ୍ତ ଖର୍ଚ୍ଚ ଭାରକୁ ପୌରପାଳିକା ନିଜସ୍ୱ ପାଣ୍ଠିରୁ ବହନ କରିବ ବୋଲି କୁହାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/01/Naveen-Patnaik-2.jpg)