କଟକ ବ୍ୟୁରୋ, କନକ ନ୍ୟୁଜ୍ : ସାତ ଦିନରେ ପଂହଚିଛି ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଡ଼ିଏସ୍ଓର ଆନ୍ଦୋଳନ । ହଷ୍ଟେଲର ରକ୍ଷଣା ବେକ୍ଷଣ ଫିକୁ ସମ୍ପୁର୍ଣ୍ଣ ଉଚ୍ଛେଦ ଓ ବୃଦ୍ଧି ପାଇଥିବା ଆଡ଼ମିଶନ ଫିକୁ କମାଇବା ଦାବିରେ ଏହି ଆନ୍ଦୋଳନ ଚାଲିଛି । ଛାତ୍ରଛାତ୍ରୀ କ୍ୟାମ୍ପସରେ ଏକ ରାଲିରେ ବାହାରି ରେଜିଷ୍ଟର ମହେଶ୍ୱର ଅଗସ୍ତୀଙ୍କୁ ଘେରାଓ କରିଥିଲେ । ତେବେ କର୍ତୃପକ୍ଷ ହଷ୍ଟେଲରେ ବିଭ୍ରାନ୍ତିକର ଅଡ଼ିଟ୍ ରିପୋର୍ଟ ଦେଉଥିବାରୁ ସ୍ୱତନ୍ତ୍ର ଅଡ଼ିଟ୍ ପାଇଁ ଦାବି କରିଛନ୍ତି ଛାତ୍ରଛାତ୍ରୀ । ସେପଟେ ଆନ୍ଦୋଳନନକୁ ଭାଙ୍ଗିବା ପାଇଁ କର୍ତୃପକ୍ଷ ହଷ୍ଟେଲର କର୍ମକର୍ତାଙ୍କ ସହ ଗୁପ୍ତ ବୈଠକ କରୁଥିବା ଅଭିଯୋଗ କରିଛନ୍ତି ଛାତ୍ରୀ ।