କନକ ବ୍ୟୁରୋ: ଆଜି ବିଧାନସଭାର ସପ୍ତମ ଦିନ । ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରେ କୃଷି ବ୍ୟବସ୍ଥାର ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ବିଧାୟକ ପ୍ରଶ୍ନ କରୁଥିବାବେଳେ ଏହାର ଉତ୍ତର ରଖୁଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କେଭି ସିଂଦେଓ ।
ବାଲେଶ୍ୱରର ଆଖୁ, ଧାନ ଚାଷ ପାଇଁ ପ୍ରକୃଷ୍ଟ ଥିବାବେଳେ ଚାଷୀ ପଶ୍ଚିମବଙ୍ଗରୁ ବିହନ ଆଣୁଛନ୍ତି । ଫସଲ ଅମଳ ପରେ ଏହାକୁ ସେହି ରାଜ୍ୟର ବ୍ୟବସାୟୀମାନେ ହିଁ କିଣି ନେଉଛନ୍ତି । ଏଥିରେ ଆମ ରାଜ୍ୟର ଚାଷୀ ଲାଭବାନ ହେଉନାହାଁନ୍ତି । ବିଶେଷ କରି ରାଜ୍ୟର ଧାନ ଓ ଆଖୁ ଚାଷୀ ଉଚିତ ମାତ୍ରାରେ ଉପକୃତ ହେଉନାହାଁନ୍ତି ।
ଏହାର ଉତ୍ତରରେ କୃଷିମନ୍ତ୍ରୀ ଆମ ରାଜ୍ୟରେ ଥିବା ଚିନି କଳର ସ୍ଥିତି କଥା ବଖାଣିଛନ୍ତି । କହିଛନ୍ତି ଆମ ରାଜ୍ୟରେ ମୋଟ ୬ଟି ଚିନିକଳ ଥିଲେ ବି ଏଥିରେ ମାତ୍ର ୨ଟି ଚାଲିଛି ଆଉ ସବୁ ବନ୍ଦ ହୋଇଯାଇଛି । କିନ୍ତୁ ସେ ସମୟରେ ଥିବା ବିଜେଡି ସରକାର ଏହାକୁ ପୁନଃପରିଚାଳନା କରିବାକୁ କୌଣସି ପଦକ୍ଷେପ ନେଇନଥିବା କହିଛନ୍ତି କୃଷିମନ୍ତ୍ରୀ ।