ରାସ୍ତା ପାଇଁ ୭ଲକ୍ଷ କୋଟି ଟଙ୍କା ! କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତି

Advertisment
ରାସ୍ତା ପାଇଁ ୭ଲକ୍ଷ କୋଟି ଟଙ୍କା ! କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତି

source : google news

କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତି । ଦେଶର ୮୩ହଜାର କିଲୋମିଟର ଜାତୀୟ ରାଜପଥ ବିକାଶ ଓ ସମ୍ପ୍ରସାରଣ ପାଇଁ କେନ୍ଦ୍ର କ୍ୟାବିନେଟ ୬.୯ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦକୁ ଅନୁମୋଦନ ମିଳିଛି । ଆସନ୍ତା ୨୦୨୨ ସୁଦ୍ଧା ଏହି ଅର୍ଥ ଦେଶର ସଡ଼କ ବିକାଶ ଦିଗରେ ବିନିଯୋଗ କରାଯିବ। ଏଥିରେ ଦେଶର ସୀମାନ୍ତବର୍ତ୍ତୀ ଅଞ୍ଚଳ ପାଇଁ ନୂତନଭାବେ ନିର୍ମିତ ହେବାକୁ ଥିବା ୨୮ ହଜାର ୪ ଶହ କିଲୋମିଟକୁ ଭାରତମାଳା ରାଜପଥ ଯୋଜନାରେ ସାମିଲ କରାଯାଇଛି ।

publive-imageଆଗାମୀ ୫ ବର୍ଷ ମଧ୍ୟରେ ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା ସହିତ ୩୨ ହଜାର କୋଟି ଶ୍ରମ ଦିବସ ସୃଷ୍ଟି କରିବା ଲକ୍ଷ୍ୟ ନେଇ ଜାତୀୟ ରାଜପଥ ବିକାଶ ଓ ସମ୍ପ୍ରସାରଣ ଯୋଜନା କରାଯାଇଛି । ଯୋଜନା ଅନୁଯାୟୀ, ଏହି ସବୁ ରାଜପଥକୁ ୪ ଥାକିଆ କରାଯିବା ସହିତ ମାଲପରିବହନ କରୁଥିବା ଗାଡ଼ିଗୁଡ଼ିକ ଯେପରି ବିନା କୌଣସି ବାଧାବିଘ୍ନରେ ଯିବାଆସିବା କରିପାରିବେ ସେଥିପ୍ରତି ନଜର ରଖାଯିବ।ସୂଚନାଯୋଗ୍ୟ ଯେ ବିକାଶଶୀଳ ଦେଶରେ ଗୋଟିଏ ଟ୍ରକ ଦୈନିକ ୭ଶହରୁ ୮ଶହ କିଲୋମିଟର ଦୂରତ୍ୱ ଅତିକ୍ରମ କରୁଥିବା ବେଳେ ଭାରତରେ ଅଣ ଚଉଡିଆ ଖରାପ ରାସ୍ତା ଓ ଭିଡ଼ ଯୋଗୁଁ ଟ୍ରକ ଗୁଡ଼ିକ ହାରାହାରି ୨୫୦ରୁ ୩ଶହ କିଲୋମିଟର ପର୍ୟ୍ୟନ୍ତ ଯାଇ ପାରୁଛନ୍ତି। ତେଣୁ ନୂଆ ଯୋଜନାରେ ରାସ୍ତାର ବିକାଶ ସହିତ ଯାନବାହାନ ଚଳାଚଳରେ ଖର୍ଚ୍ଚ କମ ପାଇଁ ଲକ୍ଷ୍ୟ ଧାର୍ୟ୍ୟ କରାଯାଇଛି।

ସଡ଼କ ପରିବହନ ମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶ ଯେ , ବାର୍ଷିକ ୧୦ହଜାର କିଲୋମିଟରର ଜାତୀୟ ରାଜପଥ ନିର୍ମାଣ ହେଲେ ପ୍ରାୟ ୪ କୋଟି ଶ୍ରମ ଦିବସ ସୃଷ୍ଟି ହେଉଛି। ତେଣୁ ଏହି ପ୍ରକଳ୍ପ କାର୍ୟ୍ୟକାରୀ ହେଲେ ସରକାରଙ୍କ ବିରୋଧରେ ଉଠୁଥିବା ନିଯୁକ୍ତି ସୁଯୋଗ ହ୍ରାସ ଅଭିଯୋଗ ଦୂର ହୋଇପାରିବ ବୋଲି ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି।ମିଳିଥିବା ସୂଚନା ଅନୁଯାୟୀ, ଏହି ମେଗା ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ୭୦ ପ୍ରତିଶତ ଅର୍ଥ ଯୋଗାଇ ଦେବେ। ପ୍ରକଳ୍ପର ଏକ ତୃତୀୟାଂଶ ଅର୍ଥ ତୈଳ ସେସ, ଏକ ଚତୁର୍ଥାଂଶ ଋଣ ଆକାରରେ ସଂଗ୍ରହ କରାଯିବ। ଅନ୍ୟ ଅର୍ଥ ବଜେଟ ବ୍ୟବସ୍ଥା ସହିତ ଟୋଲ ଆଦାୟରୁ ଭରଣା ପାଇଁ ଲକ୍ଷ୍ୟ ରଖାଯାଇଛି । ଏ ନେଇ ଜାରତୀୟ ରାଜପଥ ପ୍ରାଧିକରଣ ଡିପିଆରଏସ ପ୍ରସ୍ତୁତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe