ଜମ୍ମୁ ବସ ଷ୍ଟାଣ୍ଡରୁ ଜବତ୍ ହେଲା ୭ କେ.ଜି ବିସ୍ଫୋରକ । ପୁଲୱାମା ଆକ୍ରମଣର ଦ୍ୱିତୀୟ ବାର୍ଷିକୀରେ ଆତଙ୍କବାଦୀଙ୍କ ଯୋଜନା ପଣ୍ଡ

Advertisment
ଜମ୍ମୁ ବସ ଷ୍ଟାଣ୍ଡରୁ ଜବତ୍ ହେଲା ୭ କେ.ଜି ବିସ୍ଫୋରକ । ପୁଲୱାମା ଆକ୍ରମଣର ଦ୍ୱିତୀୟ ବାର୍ଷିକୀରେ ଆତଙ୍କବାଦୀଙ୍କ ଯୋଜନା ପଣ୍ଡ

କନକ ବ୍ୟୁରୋ : ଆଜିର ଦିନରେ ଆତଙ୍କବାଦୀ ମାନେ ଜମ୍ମୁର ପୁଲୱାମା ଠାରେ ବିସ୍ଫୋରକ କରି ଭାରତର ୪୦ ଯବାନଙ୍କ ଜୀବନ ନେଇଥିଲେ । ଠିକ୍ ଯେତେବେଳେ ଭାରତୀୟ ସେନା ଆଜି ଶହୀଦ ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାକୁ ପ୍ରସ୍ତୁତ ହେଉଛି ସେତିକି ବେଳେ ଜମ୍ମୁର ଏକ ବସ ଷ୍ଟାଣ୍ଡରୁ ୭ କେ.ଜି ବିସ୍ଫୋରକ ଜବତ କରାଯାଉଛି । ସୂଚନା ମୁତାବକ ପୁଲୱାମା ଆକ୍ରମଣର ଦ୍ୱିତୀୟ ବାର୍ଷିକୀରେ ଆତଙ୍କବାଦୀ ମାନେ ପୁଣି ବିସ୍ଫୋରଣ କରିବାକୁ ଯୋଜନା କରିଥିଲେ । ହେଲେ ତହାକୁ ପଣ୍ଡ କରିଦେଇଛନ୍ତି ଭାରତୀୟ ଯବାନ ।

କହିରଖୁ କି ଆଜି ଅପରାହ୍ନ ୪.୩୦ ମିନିଟ ସମୟରେ ଜମ୍ମୁ ଜୋନର ଆଇଜିପି ମୁକେଶ ସିଂ ଗଣମାଧ୍ୟମକୁ ସମ୍ବୋଧିତ କରିବେ । ଏହି ସମୟରେ ଏହି ବିଷ୍ଫୋଟକ ବାବଦରେ ସେ ଅଧିକ ସୂଚନା ଦେଇ ପାରନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe