କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ପାଇଁ ଚତୁର୍ଥ ପର୍ଯ୍ୟାୟରେ ୭୯ % ଭୋଟିଂ ହୋଇଛି । ୭୯ % ଭୋଟିଂ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ସୂଚନା ଦେଇଛନ୍ତି । ସୁବର୍ଣ୍ଣପୁରରେ ସର୍ବାଧିକ ୮୬.୫୧ % ମତଦାନ ହୋଇଛି । ବରଗଡ ୮୪.୮୭% ଓ ନବରଙ୍ଗପୁର ୮୩.୩%, ବରଗଡ ୮୪.୮୭%, ନବରଙ୍ଗପୁର ୮୩.୩%, ରାୟଗଡା ୮୨.୩୫%, ଗଜପତି ୮୨.୧୭%, ବଲାଙ୍ଗୀର ୮୨.୨%, କୋରାପୁଟ ୮୨.୮%, କଟକ ୮୦.୬୪%, ଢେଙ୍କାନାଳ ୮୦.୫୯%, ନୂଆପଡା ୮୦.୩୪ % ଭୋଟିଂ ହୋଇଛି ।
ସେପଟେ ଆସନ୍ତାକାଲି ପଂଚମ ତଥା ଶେଷ ପର୍ଯ୍ୟାୟ ପଂଚାୟତ ଭୋଟ ହେବ । ଏହି ଫେଜରେ ୨୫ ଜିଲ୍ଲାରେ ୪୮ଟି ବ୍ଲକର ୧୩୧ ଜିଲ୍ଲାପରିଷଦ ଜୋନରେ ଭୋଟଗ୍ରହଣ ହେବ । ୯୭୫ ଗ୍ରାମ ପଂଚାୟତର ୧୩ ହଜାର ୫୧୪ ବୁଥରେ ଭୋଟ ପଡିବ । ୪୧ ଲକ୍ଷ ୮୮ ହଜାରରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ଶେଷ ପର୍ଯ୍ୟାୟରେ ଜିତାପଟ ପାଇଁ ପ୍ରାର୍ଥୀ, ଦଳ ଓ କର୍ମୀ ପୁରା ଦମ ଲଗାଇଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/10-19.jpg)
/kanak/media/post_attachments/wp-content/uploads/2022/02/kujmik.jpg)