କନକ ବ୍ୟୁରୋ: ସମ୍ବଲପୁର କ୍ଷେତରାଜପୁର ସ୍ଥିତ ଇଣ୍ଡିଆନ ପବ୍ଲିକ ସ୍କୁଲରେ ବହୁତ ଉତ୍ସାହର ସହିତ ୭୮ ତମ ସ୍ଵାଧୀନତା ଦିବସ ପାଳନ କରାଯାଇଛି। ଏହି ଉତ୍ସବରେ ପୂର୍ବତନ ନଗର ପାଳିକା ଅଧ୍ୟକ୍ଷ ଆନନ୍ଦ ଜେନା ମୁଖ୍ୟ ଅତିଥି ଏବଂ ଇଣ୍ଡିଆନ ପବ୍ଲିକ ସ୍କୁଲର ଚେୟାରମ୍ୟାନ୍ ଅନୁରାଗ ଡାଲମିଆ ବିଶେଷ ଅତିଥି ଭାବରେ ଯୋଗ ଦେଇଥିଲେ । ପ୍ରଥମେ ଆସିଥିବା ଅତିଥି , ବିଦ୍ୟାଳୟର ପ୍ରଧାନ ଅଧ୍ୟକ୍ଷ ସଚିନ୍ ପାଠକ, ବିଦ୍ୟାଳୟର ଉପାଧ୍ୟକ୍ଷ ପୂଜା ସିଂ ଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ କରାଯାଇ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ତାପରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ଅତିଥିଙ୍କୁ ଫୁଲତୋଡା ଦେଇ ତାଙ୍କୁ ସ୍ୱାଗତ ଜଣାଯାଇଥିଲା। ଏହି ଅବସରରେ ସ୍କୁଲର ପ୍ରଧାନ ଅଧ୍ୟକ୍ଷ ସଚିନ୍ ପାଠକ ଆମର ସ୍ଵାଧୀନତା ସଂଗ୍ରାମୀ ମାନେ କିପରି ନିଜ ଜୀବନକୁ ବାଜି ଲଗାଇ ଆମର ସ୍ଵାଧୀନତାକୁ ଫେରାଇ ଆଣିଥିଲେ ଓ ଆଜି ଆମେ ଯେଉଁ ସ୍ୱାଧୀନତା ଦିବସ ପାଳନ କରୁଛେ ତାହା ସେମାନଙ୍କ କଠିନ ପରିଶ୍ରମର ଫଳ ସେ ବିଷୟରେ କହିଥିଲେ। ତା ପରେ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଅନେକଗୁଡ଼ିଏ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସ୍କୁଲ କୋଡ଼ିନେଟର ରଶ୍ମିରେଖା ପଣ୍ଡା ସୁଚାରୁରୂପେ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ସଞ୍ଚାଳନରେ ଏକାଦଶ ଶ୍ରେଣୀର ଅଲିଭା ପଣ୍ଡା ଓ ସାଇନା ସୁଦୀପ୍ତା ଓରାମ ଏବଂ ୯ମ ଶ୍ରେଣୀର ସାଇରାଜ ରାଉତ ବିଶେଷ ଯୋଗଦାନ ଦେଇଥିଲେ। ଶେଷରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us