କନକ ବ୍ୟୁରୋ: ପ୍ରତିବର୍ଷ ୧୫ ଅଗଷ୍ଟ ଦିନ ଭାରତବାସୀ ସ୍ୱାଧୀନତା ଦିବସ ପାଳନ କରନ୍ତି । ଆଜିର ଏହି ପବିତ୍ର ଦିବସକୁ ସେକ୍ଟର ୨ ସ୍ଥିତ ଡିସୋଜା ସ୍କୁଲ ବହୁତ ସୁନ୍ଦର ଭାବରେ ପାଳନ କରିଥିଲେ । ବିଦ୍ୟାଳୟରେ ମୁଖ୍ୟ ଅତିଥି ଭାବେ ଚନ୍ଦନ କୁମାର ବିଶ୍ୱାସ (ଏନଆଇଟି ପ୍ରଫେସର )ଏବଂ ତାଙ୍କ ଧର୍ମପତ୍ନୀ ସୁଚିସ୍ମିତା ବିଶ୍ୱାସ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ପତାକା ଉତ୍ତୋଳନ କରା ଯାଇଥିଲା । ଏବଂ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଦ୍ୱାରା ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ତାପରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଦେଶ ଓ ଦେଶର ବୀର ଯବାନଙ୍କୁ ସମ୍ମାନ ଜଣାଇ ପରେଡ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷିକକ୍ଷ ଜ୍ୟୋତି ଗୁରୁ୍ୱାରା ଉଚ୍ଚକୋଟୀର ଭାଷଣ ଦ୍ୱାରା ପିଲାଙ୍କୁ ପ୍ରୋତ୍ସାହିତ କରିଥିଲେ । ତତ୍ପରେ ମୁଖ୍ୟ ଅତିଥି ଚନ୍ଦନ ବିଶ୍ୱାସ ଦେଶର ଉନ୍ନତି କିପରି କରିବାକୁ ହେବ ଉଦାହରଣ ଦ୍ୱାରା ପିଲାଙ୍କୁ ବହୁତ ସୁନ୍ଦର ଭାବେ ବୁଝାଇ ଥିଲେ ।

Advertisment

ପିଲାମାନେ ମଧ୍ୟ ନିଜର ଭାଷଣରେ ଦେଶ ପ୍ରେମର ପ୍ରମାଣ ଦେଇଥିଲେ । ତତ ପଶ୍ଚାତ ବିଦ୍ୟାଳୟର ଜେନେରାଲ ମ୍ୟାନେଜେର ସିଦ୍ଧାର୍ଥ ରଥ ନିଜର ବହୁ ମୂଲ୍ୟ ଶବ୍ଦ ଦ୍ୱାରା ପିଲାଙ୍କୁ ପ୍ରୋତ୍ସାହିତ କରିଥିଲେ । ଅତିଥି ମାନଙ୍କ ଦ୍ୱାରା ପିଲାଙ୍କୁ ପୁରସ୍କାର ବିତରଣ କରିବା ପରେ ବିଦ୍ୟାଳୟର ପିଲାମାନେ ପ୍ରସ୍ତୁତ କରିଥିବା ସୁନ୍ଦର ସଙ୍ଗୀତ ଗାନ କରିଥିଲେ । କାର୍ଯ୍ୟକ୍ରମକୁ ଅଧ୍ୟାପିକା ତନୁଶ୍ରୀ ନିୟୋଗୀ ଓ ସରବରୀ ଦାସ ସଂଚାଳନ କରିଥିଲେ । ଶେଷରେ ଅଧ୍ୟାପିକକ୍ଷ ମୃଣାଳିନୀ ଧନ୍ୟବାଦ ଅର୍ପଣ କରିଥିଲେ । ସହ ପ୍ରଧାନ ଅଧ୍ୟାପିକା ଜୟିତା ନାୟକଙ୍କ ମାର୍ଗଦର୍ଶନରେ ବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ମାନଙ୍କ ଚେଷ୍ଟାରେ ଆଜିର କାର୍ଯ୍ୟକ୍ରମଟି ସଫଳ ହୋଇପାରିଛି ।