କୋରାପୁଟ ସ୍ଥିତ ସେଣ୍ଟସ ସ୍କୁଲ ପରିସରରେ ୭୮ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଏହି ବିଦ୍ୟାଳୟର ପୂର୍ବତନ ଛାତ୍ର ତଥା ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଶେଷ ବର୍ଷ ଛାତ୍ର ବି ସଞ୍ଜୟ କୁମାର ଯୋଗଦେଇ ପତାକା ଉତ୍ତୋଳନ କରିବା ସହ ସ୍ବାଧିନତା ସଂଗ୍ରାମ ବିଷୟରେ ଛାତ୍ରଛାତ୍ରୀମାନକୁ ଉଦବୋଧନ ଦେଇଥିଲେ । ଜୀବନରେ କିପରି ଜଣେ ସଫଳ ହୋଇପାରିବେ ସେଥିନେଇ ଅଧ୍ୟବସାୟ କରିବା ନିମନ୍ତେ ଛାତ୍ରଛାତ୍ରୀଙ୍କୁ କହିଥିଲେ।
ଏହି ଅବସରରେ ସ୍କୁଲର ସମ୍ପାଦକ ଏସ.ଭି ସନ୍ତୋଷ କୁମାର, ବସନ୍ତ କୁମାର ପଟ୍ଟନାୟକ, ଗୌରୀ ପ୍ରଧାନୀ, ଦୀପା ମଞ୍ଜରୀ, ବବିତା ପଟ୍ଟନାୟକ, ଉମା ଗୋସ୍ଵାମୀ ପ୍ରମୁଖ ଯୋଗ ଦେଇ କାର୍ଯକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ଜିଲ୍ଲା ସ୍ତରରେ ଆୟୋଜିତ ବିବିଧ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ।