୧୮ ବର୍ଷ ଝିଅକୁ ୭୮ ବର୍ଷ ବୃଦ୍ଧଙ୍କ ସହ ହେଲା ପ୍ରେମ । ରୀତିନୀତିରେ କଲେ ବିବାହ

1,213

କନକ ବ୍ୟୁରୋ: ୧୮ ବର୍ଷ ଝିଅକୁ ହେଲା ନିଜଠୁ ୬୦ ବର୍ଷ ବଡ ବ୍ୟକ୍ତିଙ୍କ ସହ ବ୍ରେକ ଓ ତା ପରେ ବିବାହ । ୩ ବର୍ଷ ସମ୍ପର୍କରେ ରହିବା ପରେ ବିବାହ କଲେ । ସବୁଠୁ ବଡ କଥା ହେଲା ଏହି ସମ୍ପର୍କକୁ ଦୁଇଜଣଙ୍କ ପରିବାର ସହମତି ପ୍ରକାଶ କଲେ । ବରଂ ଏହାକୁ ବିଶୁଦ୍ଧ ପ୍ରେମ ବୋଲି କହିଛନ୍ତି ସମ୍ପର୍କୀୟ ।

ଘଟଣା ଫିଲିପାଇନ୍ସର । ୭୮ ବର୍ଷୀୟ ଚାଷୀ ରଶଦ ମୈଗାକୋପଙ୍କ ବିବାହ ୧୮ ବର୍ଷୀୟା ହଲିମା ଅବଦୁଲ୍ଲାଙ୍କ ସହ ମୁସଲିମ୍ ରୀତିନୀତିରେ ସମ୍ପନ୍ନ ହୋଇଛି । ୩ ବର୍ଷ ତଳେ ଦୁହିଁଙ୍କର ଭେଟ ଏକ ଡିନର ପାର୍ଟିରେ ହୋଇଥିଲା ।

ରଶଦଙ୍କ ଜଣେ ସମ୍ପର୍କୀଙ୍କ କହିବା ଅନୁସାରେ ଏହା ପୂର୍ବରୁ ରଶଦ ନା କାହାରି ପ୍ରେମରେ ପଡିଥିଲେ ନା କାହାରିକୁ ବିବାହ କରିଥିଲେ । ଏହା ତାଙ୍କର ପ୍ରଥମ ବିବାହ । ହଲିମାଙ୍କର ମଧ୍ୟ ଏହା ପ୍ରଥମ ପ୍ରେମ ଓ ବିବାହ । ଦୁହିଁଙ୍କ ପରିବାର ଲୋକଙ୍କ ସହମତି ପରେ ଦୁହେଁ ମୁସ୍ଲିମ ରୀତିନୀତିରେ ବିବାହ କରିଛନ୍ତି ।