କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସମ୍ପର୍କରେ ସମ୍ପର୍କୀୟ ପାଇପାରିବେ ସୂଚନା: ଟେଲିଫୋନ, ହ୍ୱାଟସଅପ ମାଧ୍ୟମରେ ସୂଚନା ଦେବା ପାଇଁ ହସ୍ପିଟାଲଗୁଡିକୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ

ରାଜ୍ୟର ସବୁ କୋଭିଡ ହସ୍ପିଟାଲରେ ଖୋଲିବ ୨୪ ଘଂଟିଆ ହେଲପ ଡେସ୍କ

99

କନକ ବ୍ୟୁରୋ: କୋଭିଡ ଚିକିତ୍ସା ବ୍ୟବସ୍ଥାକୁ ଅଧିକ ବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ରାଜ୍ୟର ସମସ୍ତ ସରକାରୀ ଏବଂ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା କୋଭିଡ ରୋଗୀଙ୍କ ସମ୍ପର୍କରେ ସୂଚନା ଦେବାକୁ ସମସ୍ତ ହସ୍ପିଟାଲକୁ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ବିଭାଗ ପକ୍ଷରୁ ନୂଆ ମାର୍ଗଦର୍ଶିକା ଜାରି କରି କୁହାଯାଇଛି, କୋଭିଡ ହସ୍ପିଟାଲ ଗୁଡିକରେ ଏକ କନଫରେନ୍ସ ରୁମର ବ୍ୟବସ୍ଥା କରାଯାଇ ସେଠି ଟିଭି ଓ ସିସିଟିଭିର ବ୍ୟବସ୍ଥା କରାଯାଉ । ଯାହା ଫଳରେ ହସ୍ପିଟାଲ ଭିତରେ ଚିକିତ୍ସିତ ହେଉଥିବା କୋଭିଡ ରୋଗୀଙ୍କୁ କନଫରେନ୍ସ ହଲରେ ରହି ତାଙ୍କ ସମ୍ପର୍କୀୟ ଦେଖିପାରିବେ ଏବଂ ଆବଶ୍ୟତ ସ୍ଥଳେ କଥାବାର୍ତା ହୋଇପାରିବେ ।

ସେହିପରି ଟେଲିଫୋନ କିମ୍ବା ହ୍ୱାଟସ ଅପ ଭଳି ସୋସିଆଲ ମିଡିଆରେ ରୋଗୀଙ୍କ ସମ୍ପର୍କରେ ସୂଚନା ଦେବାପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ତତଃ ଦିନକରେ ଥରେ କୋଭିଡ ରୋଗୀଙ୍କ ସମ୍ପର୍କରେ ପରିବାରଲୋକଙ୍କୁ ସୂଚନା ଦେବା ପାଇଁ ଏହି ମାର୍ଗଦର୍ଶିକାରେ ସୂଚନା ଦିଆଯାଇଛି । ସେହିପରି ସବୁ କୋଭିଡ ହସ୍ପିଟାଲରେ ୨୪ ଘଂଟିଆ ହେଲପ ଡେସ୍କ ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି ହେଲପ ଡେସ୍କରେ ଯଥେଷ୍ଟ ପରିମାଣ୍ର କର୍ମଚାରୀ ନିଯୁକ୍ତି, ଆସୁଥିବା ସମସ୍ତ ଫୋନକୁ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ ହସ୍ପିଟାଲରେ ହେଲପ ଡେସ୍କ ଖୋଲିବାରେ ଅବହେଳା ହେଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏଥିରେ କୁହାଯାଇଛି ।

Comments are closed.