କନକ ବ୍ୟୁରୋ : ପୁଣି ଦେଶରେ କାୟା ମେଲାଇଲାଣି କରୋନା । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପୁଣି ୯୧୧୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସବୁଠୁ ବଡ କଥା ହେଲା, ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୭୮ ଜଣଙ୍କର ମୃତ୍ୟୁ ହୋଇଛି । ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ୧ କୋଟି ୮ ଲକ୍ଷ ୪୭ ହଜାର ୩୦୪ରେ ପହଞ୍ଚିଛି । ସେହିଭଳି ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୫ ହଜାର ୧୫୮ରେ ପହଞ୍ଚିଛି । ଏହାସହ ଦେଶରେ ପୁଣି କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବା ଆରମ୍ଭ ହୋଇଛି ।
India reports 9,110 new #COVID19 cases, 14,016 discharges, and 78 deaths in the last 24 hours, as per Union Health Ministry
Total cases: 1,08,47,304
Total discharges: 1,05,48,521
Death toll: 1,55,158
Active cases: 1,43,625Total Vaccination: 62,59,008 pic.twitter.com/UhDCTfVU63
— ANI (@ANI) February 9, 2021
ଏସବୁ ଭିତରେ ଦେଶରୁ କରୋନାରୁ ସୁସ୍ଥ ହୋଇ ସାରିଲେଣି ୧ କୋଟି ୫ଲକ୍ଷ ୪୮ ହଜାର ୫୨୧ ଜଣ । ଏହାବାଦ୍ ଏବେ ମୋଟ ୧ ଲକ୍ଷ ୪୩ ହଜାର ୬୨୫ ଜଣ ସକ୍ରିୟ ଅଛନ୍ତି । ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ କେବଳ ୧୪ ହଜାର ୧୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଗୋଟିଏ ପଟେ କରୋନା ଟିକା ଆସିବା ପରେ ମହାମାରୀକୁ ନେଇ ଲୋକଙ୍କୁ ଟିକିଏ ଆଶ୍ୱସ୍ତି ମିଳିଥିବା ବେଳେ ଏବେ ପୁଣିଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଏବେ ଚିନ୍ତା ବଢାଇଛି । ସବୁଠୁ ବଡ କଥା ଦେଶରେ ଏବେ ଦେଶରେ କରୋନା ଟିକାକରଣ ଜୋରଦାର ଚାଲିଥିବା ବେଳେ ମୋଟ ୬୨ ଲକ୍ଷ ୬୯ ହଜାର ୮ ଜଣ ଟିକା ନେଇ ସାରିଲେଣି ।