କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ବି ରେକର୍ଡ ସଂଖ୍ୟକ ମତଦାନ ହୋଇଛି । ତୃତୀୟ ପର୍ଯ୍ୟାୟରେ ୭୮ ଦଶମିକ ୬ ପ୍ରତିଶତ ଭୋଟିଂ ହୋଇଛି । ସୁବର୍ଣ୍ଣପୁରରେ ସର୍ବାଧିକ ୮୭ ଦଶମିକ ୪୪ ପ୍ରତିଶତ ଭୋଟ୍ ଗ୍ରହଣ ହୋଇଛି । ତୃତୀୟ ପର୍ଯ୍ୟାୟରେ ବି ଗଞ୍ଜାମରେ ସର୍ବନିମ୍ନ ୬୬ ଦଶମିକ ୭୫ ପ୍ରତିଶତ ମତଦାନ ହେଇଛି ।
ସେହିପରି ନବରଙ୍ଗପୁରରେ ୮୬ ଦଶମିକ ୩୩ ପ୍ରତିଶତ, କୋରାପୁଟରେ ୮୪ ଦଶମିକ ୭୮, ଅନୁଗୁଳରେ ୮୪ ଦଶମିକ ୨୪ ପ୍ରତିଶତ ଭୋଟ୍ ଗ୍ରହଣ ହୋଇଥିବା ନିର୍ବାଚନ କମିଶନ ସୂଚନା ଦେଇଛନ୍ତି । ତୃତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ବେଳେ ଅନେକ ସ୍ଥାନରେ ହିଂସା ଦେଖିବାକୁ ମିଳିଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ୭୮ ଦଶମିକ ୩ ପ୍ରତିଶତ ଓ ପ୍ରଥମ ପର୍ଯ୍ୟାୟରେ ୭୭ ଦଶମିକ ୨୩ ପ୍ରତିଶତ ଭୋଟିଂ ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/23-28.jpg)