ଭୂତାଣୁ ଭିତରେ ଆଶ୍ୱସ୍ତିକର ଖବର । ରାଜ୍ୟରେ ସୁସ୍ଥ ହେଲେ ଆଉ ୭,୭୩୩ କରୋନା ଆକ୍ରାନ୍ତ

127

କନକ ବ୍ୟୁରୋ: ଭୂତାଣୁ ଭିତରେ ରାଜ୍ୟ ପାଇଁ ଭଲ ଖବର । ଆଜି କରୋନାରୁ ସୁସ୍ଥ ହେଲେ ଆଉ ୭ ହଜାର ୭୩୩ କରୋନା ପଜିଟିଭ । ରାଜ୍ୟରେ ଧିରେ ଧିରେ କରୋନା ସଂକ୍ରମଣ କମିବାରେ ଲାଗିଛି । ଆଜି ଗୋଟିଏ ଦିନରେ ୪,୪୬୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୨୦୩ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ସୁନ୍ଦରଗଡରୁ ୨୬୫, କଟକରୁ ୮୦୮, ନବରଙ୍ଗପୁରରୁ ୧୯୬, ଝାରସୁଗୁଡାରୁ ୮୦, ଅନୁଗୁଳରୁ ୩୮୧, ମୟୂରଭଞ୍ଜରୁ ୩୯୦, ସମ୍ବଲପୁରରୁ ୧୦୭, ନୂଆପଡାରୁ ୩୧, ପୁରୀରୁ ୩୫୩, ବରଗଡରୁ ୧୮୪, ଯାଜପୁରରୁ ୩୮୬, ବଲାଙ୍ଗିରିରୁ ୮୧, କେନ୍ଦୁଝରରୁ ୧୭୨, ଗଞ୍ଜାମରୁ ୯୨, ବାଲେଶ୍ୱରରୁ ୩୯୩, ଗଜପତିରୁ ୪୪, ରାୟଗଡାରୁ ୨୦୯, କଳାହାଣ୍ଡିରୁ ୧୬୬, ନୟାଗଡରୁ ୧୫୧, ସୋନପୁରରୁ ୬୩ , ଜଗତସିଂହପୁରରୁ ୨୦୦, ଦେବଗଡରୁ ୬୨, କେନ୍ଦ୍ରାପଡାରୁ ୧୮୫, କୋରାପୁଟରୁ ୧୮୫, ଭଦ୍ରକରୁ ୨୭୮, କନ୍ଧମାଳରୁ ୪୯ , ମାଲକାନଗିରିରୁ ୧୨୩, ଢେଙ୍କାନାଳରୁ ୪୯୯ ଓ ବୌଦ୍ଧରୁ ୨୦୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।