କନକ ବ୍ୟୁରୋ: ଭୁବନେଶ୍ୱରରେ ମାଡି ଚାଲିଛି କରୋନା ଭୂତାଣୁ । ଆଜି ରାଜଧାନୀରୁ ୭୭୩ ଜଣ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୪୦ ଓ ଲୋକାଲ କେସ ୬୩୨ ଜଣ ଚିହ୍ନଟ ହୋଇଛନ୍ତି । ସେପଟେ ଆଜି ଭୁବନେଶ୍ୱରରେ ୩୪୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଆଶ୍ଚାର୍ଯ୍ୟ ବିହାର, ଆଇଗିଣିଆ, ଅଶୋକ ନଗର, ବାପୁଜି ନଗର, ଭୀମଟାଙ୍ଗି, ଚକେଇସିଆଣି, ବମିଖାଲ, ଚିନ୍ତାମଣିଶ୍ୱର, ଡମଣା, ଡୁମଡୁମା, ଗୌତମ ନଗର, ହଂସପାଳ, ଜୟଦେବ ବିହାର, ଜାଗମରା, କଳ୍ପନା, ଝାରପଡା, କପିଳପ୍ରସାଦ, ଝାରପଡା, ମାଉସୀ ମା ଛକ ଓ ନୟାପଲ୍ଲୀ ଅଞ୍ଚଳରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଏହାସହ ଭୁବନେଶ୍ୱରରେ ୪୧,୪୦୧ରେ ପହଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା । ସେହିପରି ୩୫,୨୨୭ ଜଣ ସୁସ୍ଥ ହୋଇଥିବା ବେଳେ ୫୮୯୬ ଜଣ ସକ୍ରିୟ ରହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/1800x1200_coronavirus_1.jpg)