ନିର୍ବାଚନ ପୂର୍ବରୁ କଟକରେ କଡ଼ାକଡି ହେଲା ସୁରକ୍ଷା । ୭୭୧ ଜଣ ବନ୍ଧୁକଧାରୀଙ୍କୁ ବନ୍ଧୁକ ଜମା କରିବାକୁ ନିର୍ଦ୍ଦେଶ

104

କନକ ବ୍ୟୁରୋ : ନିର୍ବାଚନ ପୂର୍ବରୁ କମିଶନରେଟ ପୋଲିସର ଅପରାଧ ଦମନ ପ୍ରସ୍ତୁତି । ୭୭୧ ଜଣ ଲାଇସେନ୍ସପ୍ରାପ୍ତ ବନ୍ଧୁକଧାରୀଙ୍କୁ ନିଜ ବନ୍ଧୁକ ଜମା କରିବାକୁ ନିର୍ଦେଶ ଦେଇଛି ପୋଲିସ । ସେହିପରି ପଡ଼ି ରହିଥିବା ୯୫୦ଟି ଜାମିନ ବିହୀନ ଗିରଫ ପରୱାନା ଉପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତି ହୋଇଛି । ଆଇପିସିର ଧାରା ୧୧୦ ଅନୁଯାୟି ୧୫୦ ଜଣ ପେଶାଦାର ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତି ହୋଇଛି ।

କଟକ ସହରକୁ ନିଶା ଦ୍ରବ୍ୟ ଚାଲାଣ ଉପରେ ସମ୍ପୂର୍ଣ୍ଣ ରୋକ ଲଗାଇବାକୁ କଡ଼ା ନଜର ରଖିଛି ପୋଲିସ । ବନ୍ଧୁକ କାରବାର ଉପରେ ବିଶେଷ ନଜର ରଖାଯିବ ବୋଲି କହିଛନ୍ତି ଡିସିପି ଅନିଲ ମିଶ୍ର ।