ଭୂତାଣୁ ଭିତରେ ଭଲ ଖବର । ଆଜି ରାଜ୍ୟରେ ସୁସ୍ଥ ହେଲେ ୭, ୬୬୪ କରୋନା ପଜିଟିଭ ।

Advertisment
ଦେଶରେ ଦିନକରେ ୫୪,୦୬୯ ନୂଆ ଆକ୍ରାନ୍ତ, ୧୩୨୧ ମୃତ୍ୟୁ : ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୦,୮୨,୭୭୮ କୁ ବୃଦ୍ଧି

କନକ ବ୍ୟୁରୋ: ଭୂତାଣୁ ଭିତରେ ରାଜ୍ୟ ପାଇଁ ଭଲ ଖବର । ଆଜି କରୋନାରୁ ସୁସ୍ଥ ହେଲେ ଆଉ ୭ ହଜାର ୬୬୪ କରୋନା ପଜିଟିଭ । ହେଲେ ଯେଉଁ ମାତ୍ରାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ତା ଆଗରେ ଏହି ସୁସ୍ଥ ସଂଖ୍ୟା କିଛି ବି ନୁହେଁ । ଆଜି ଗୋଟିଏ ଦିନରେ ୧୧ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକି ସରକାରଙ୍କ ଚିନ୍ତା ବଢାଇ ଦେଇଛି ।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୯୬୧ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ସୁନ୍ଦରଗଡରୁ ୪୭୩, କଟକରୁ ୫୦୯, ନବରଙ୍ଗପୁରରୁ ୩୩୦, ଝାରସୁଗୁଡାରୁ ୪୭୩, ଅନୁଗୁଳରୁ ୪୬୪, ମୟୂରଭଞ୍ଜରୁ ୨୨୦, ସମ୍ବଲପୁରରୁ ୩୨୧, ନୂଆପଡାରୁ ୩୫୩, ପୁରୀରୁ ୫୧୨, ବରଗଡରୁ ୩୩୪, ଯାଜପୁରରୁ ୨୯୦, ବଲାଙ୍ଗିରିରୁ ୪୬୧, କେନ୍ଦୁଝରରୁ ୧୫୪, ଗଞ୍ଜାମରୁ୧୬୧, ବାଲେଶ୍ୱରରୁ ୯୭, ଗଜପତିରୁ ୭୮, ରାୟଗଡାରୁ ୧୯୨, କଳାହାଣ୍ଡିରୁ ୨୮୯, ନୟାଗଡରୁ ୧୪୦, ସୋନପୁରରୁ ୧୨୨ ଜଗତସିଂହପୁରରୁ ୧୧୪, ଦେବଗଡରୁ ୭୫, କେନ୍ଦ୍ରାପଡାରୁ ୭୭, କୋରାପୁଟରୁ ୭୬, ଭଦ୍ରକରୁ ୬୭, କନ୍ଧମାଳରୁ ୫୩, ମାଲକାନଗିରିରୁ ୯୯, ଢେଙ୍କାନାଳରୁ ୨୨ ଓ ବୌଦ୍ଧରୁ ୨୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe