କନକ ବ୍ୟୁରୋ: ରାଜ୍ୟରେ ଆଉ ୭୬ ନୂଆ ପଜିଟିଭ ଚିହ୍ନଟ । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ପଜିଟିଭଙ୍କ ସଂଖ୍ୟା ୧୫୯୩ରେ ପହଂଚିଛି । ଆଜି ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରେ ବଲାଙ୍ଗୀର ଜିଲ୍ଲାରୁ ସର୍ବାଧିକ ୧୬ ଜଣ ରହିଥିବାବେଳେ ଖୋର୍ଦ୍ଧା ଓ ନୂଆପଡ଼ାରୁ ୧୩ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ବାଲେଶ୍ୱରରୁ ୨ ଜଣ, କଟକରୁ ୧୧ ଜଣ, ନୟାଗଡ଼ରୁ ୨ ଜଣ, ଜଗତସିଂହପୁରରୁ ୬ ଜଣ, ସୁନ୍ଦରଗଡ଼ରୁ ୨ ଜଣ, ମୟୁରଭଞ୍ଜରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି ।

Advertisment

ଏମାନଙ୍କ ମଧ୍ୟରୁ ୭୪ ଜଣ କ୍ଵାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୨ ଜଣ ସ୍ଥାନୀୟ ଅଧିବାସୀ ବୋଲି ଜଣାପଡିଛି । ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସମୁଦାୟ ୧୫୯୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୮୫୩ଟି ସକ୍ରିୟ ମାମଲା ରହିଛି । ସେହିପରି ୭୩୩ ଜଣ ସୁସ୍ଥ ହୋଇଥିବାବେଳେ ୭ ଜଣଙ୍କର ମୃତ୍ୟୁ ହୋଇଛି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୩୬୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଏହା ପଛକୁ ଯାଜପୁର ରହିଛି | ଏଠାରେ ୨୪୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧୩୯ଟି କରୋନା ପଜିଟିଭ ସହ ତୃତୀୟରେ ବାଲେଶ୍ୱର ଜିଲ୍ଲା ରହିଛି |