କନକ ବ୍ୟୁରୋ : ଅଗଷ୍ଟ ଆରମ୍ଭରୁ ରାଜ୍ୟରେ ମୌସୁମୀ ବର୍ଷା ଦୁର୍ବଳ । ୮ ଦିନରେ ପ୍ରାୟ ୭୬ ପ୍ରତିଶତ ନିଅଂଟିଆ ବର୍ଷା ରେକର୍ଡ ହୋଇଛି । ରାଜ୍ୟର ୨୧ ଜିଲ୍ଲାରେ ନିଅଂଟିଆ ବର୍ଷା ପରିସ୍ଥିତି ଉପୁଜିଛି । ଭଦ୍ରକ, ଯାଜପୁର, ଗଜପତି ଓ ବଲାଙ୍ଗୀରରେ ଉତ୍କଟ ସ୍ଥିତି । ଏହି ୪ ଜିଲ୍ଲାରେ ନିଅଂଟିଆ ବର୍ଷା ହୋଇଛି । ଅଗଷ୍ଟ ୧ରୁ ୮ ମଧ୍ୟରେ ରାଜ୍ୟରେ ୨୫ ମିଲିମିଟର ବର୍ଷା ହୋଇଛି । ଫଳରେ ରାଜ୍ୟରେ ଜୁନରୁ ଅଗଷ୍ଟ ପର୍ଯ୍ୟନ୍ତ ନିଅଂଟିଆ ବର୍ଷାର ପରିମାଣ ବଢିବାରେ ଲାଗିଛି ।

Advertisment

୧ ଜୁନ୍ରୁ ୮ ଅଗଷ୍ଟ ପର୍ଯ୍ୟନ୍ତ ରାଜ୍ୟରେ ୪୮୧. ୩ ମିଲିମିଟର ବର୍ଷା ହୋଇଛି । ଏହି ସମୟ ମଧ୍ୟରେ ରାଜ୍ୟରେ ସ୍ୱାଭାବିକ ଭାବେ ୬୬୭.୭ ମିଲିମିଟର ବର୍ଷା ହୋଇଥାଏ । ମୌସୁମୀ ଟ୍ରଫ୍ ଲାଇନ୍ ଏବେ ସ୍ୱାଭାବିକଠାରୁ ଉତ୍ତରାଭିମୁଖୀ ହୋଇଥିବାରୁ ରାଜ୍ୟରେ ମୌସୁମୀର ଦୁର୍ବଳ ସ୍ଥିତି ଜାରି ରହିଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ବି ରାଜ୍ୟରେ ବିଶେଷ ବର୍ଷା ହେବାର ସମ୍ଭାବନା ନାହିଁ । ଆସନ୍ତା ୧୪ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ହେଲେ ଏହା ଦ୍ୱାରା ରାଜ୍ୟରେ ଅଧିକ ବର୍ଷା ହେବାର ମଧ୍ୟ ସମ୍ଭାବନା ନାହିଁ ବୋଲି କୁହାଯାଉଛି ।