ବାଲାଜୀ ସାଇନ୍ସ କଲେଜ୍ ପରିସରରେ ୭୫ ତମ ଗଣତନ୍ତ୍ର ଦିବସ ପାଳିତ

Advertisment
ବାଲାଜୀ ସାଇନ୍ସ କଲେଜ୍ ପରିସରରେ ୭୫ ତମ ଗଣତନ୍ତ୍ର ଦିବସ ପାଳିତ

କନକ ବ୍ୟୁରୋ: ୭୫ ତମ ଗଣତନ୍ତ୍ର ଦିବସ ଖାମାରମୁଣ୍ଡା ଗ୍ରାମ ନିକଟରେ ଥିବା ବାଲାଜୀ ସାଇନ୍ସ କଲେଜ୍ ପରିସରରେ ଧୁମ୍ ଧାମରେ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଉପସ୍ଥିତ ସମସ୍ତ ଛାତ୍ର ଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ଅଧ୍ୟାପକ, ଅଧ୍ୟାପିକା ସମସ୍ତେ ସମବେତ କଣ୍ଠରେ ଜାତୀୟ ସଙ୍ଗୀତ ଗାନ କରିଥିଲେ । ବାଲାଜୀ କଲେଜର ଡାଇରେକ୍ଟର ଅଭିଳାଷ ଅଗ୍ରୱାଲ ସ୍ଵାଗତ ଭାଷଣ ସହ ଦିବସର ଆଭିମୁଖ୍ୟ ଉପରେ ସମ୍ୟକ୍ ଭାଷଣ ଦେଇଥିଲେ। ମୁଖ୍ୟ ଅତିଥି ଗୁରୁଙ୍କୁ କଲେଜର ମେନେଜିଂ ଡାଇରେକ୍ଟର କୈଳାସ ଅଗ୍ରୱାଲ ପୁଷ୍ପଗୁଚ୍ଛ,ଉପଢୌକନ,ସମ୍ମାନ ପତ୍ର ଦେଇ ସମ୍ମାନିତ କରିଥିଲେ। ମୁଖ୍ୟ ଅତିଥି ତାଙ୍କ ଭାଷଣରେ ଛାତ୍ରଛାତ୍ରୀ ମାନେ କିଭଳି ଶୃଙ୍ଖଳାର ସହ ସମାଜରେ ପ୍ରତିଷ୍ଠିତ ନାଗରିକ ହୋଇପାରିବେ ସେ ବିଷୟରେ ଉଦବୋଧନ ଦେଇଥିଲେ।

ସମ୍ମାନିତ ଅତିଥି ଭାବରେ ରାଜ୍ୟ ସାମ୍ବାଦିକ ସଂଘର ସମ୍ପାଦକ ମହେନ୍ଦ୍ର କୁମାର ଦର୍ଜି ଯୋଗଦେଇ ଉପସ୍ଥିତ ଛାତ୍ର ଛାତ୍ରୀମାନଙ୍କୁ ଗଣତନ୍ତ୍ର ଦିବସ ଉପରେ ସମ୍ୟକ୍ ଭାଷଣ ଦେଇଥିଲେ। ଜେସିଆଇ ସଂସ୍ଥା ପକ୍ଷରୁ ଦର୍ଜିଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ,ମାନପତ୍ର ଦେଇ ଜେସିଆଇର ସଭାପତି ଅଭିଳାଷ ଅଗ୍ରୱାଲ ସମ୍ମାନିତ କରିଥିଲେ। କ୍ୟୁଇନ ଇଣ୍ଟରନ୍ୟାସନାଲ ସ୍କୁଲର କୁନି କୁନି ଛାତ୍ରଛାତ୍ରୀମାନେ ୭୫ ତମ ଗଣତନ୍ତ୍ର ଦିବସ ଉପରେ ବହୁତ୍ ସୁନ୍ଦର ଭାବରେ ତାଙ୍କ କୁନି କୁନି ପାଟିରେ ଇଂରାଜୀରେ ଭାଷଣ ଦେଇ ଉପସ୍ଥିତ ସମସ୍ତଙ୍କୁ ଚକିତ କରିଥିଲେ। ସ୍କୁଲ ଏବଂ କଲେଜ ସ୍ତରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ। ପରେ ସ୍କୁଲ ଏବଂ କଲେଜ ର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସାଂସ୍କୃତିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ବାଲାଜୀ କଲେଜର ପ୍ରିନ୍ସିପାଲ ସଞ୍ଜୟ ମିଶ୍ର, ଭାଇସ ପ୍ରିନ୍ସିପାଲ ପ୍ରଜ୍ଞା ମିଶ୍ର, ନର୍ସିଂ କଲେଜର ଏଚଓଡି ଦେବାଶିଷ ପାଣ୍ଡିଆ, ପିଆରଓ ପ୍ରସନ୍ନ ଘଡ଼ାଇ ପ୍ରମୁଖ କାର୍ୟ୍ୟକ୍ରମରେ ସହଯୋଗ କରି ସଭା ଏବଂ ସମସ୍ତ କାର୍ୟ୍ୟକ୍ରମ କୁ ପରିଚାଳନା କରିଥିଲେ। ବାଲାଜୀ କଲେଜ୍ ଅଫ୍ ସାଇନ୍ସର ମ୍ୟାନେଜିଂ ଡାଇରେକ୍ଟର କୈଳାସ ଅଗ୍ରୱାଲ ଏବଂ କ୍ୟୁଇନ୍ ଇଣ୍ଟରନ୍ୟାସନାଲ ସ୍କୁଲର ଡାଇରେକ୍ଟର ସୁଜାତା ଅଗ୍ରୱାଲଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କଲେଜ୍ ପରିସରରେ ୭୫ ତମ ଗଣତନ୍ତ୍ର ଦିବସ ମହା ସମାରୋହରେ ପାଳିତ ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe