ଇଣ୍ଡିଆନ୍ ପବ୍ଲିକ ସ୍କୁଲ ପରିସରରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ

Advertisment
ଇଣ୍ଡିଆନ୍ ପବ୍ଲିକ ସ୍କୁଲ ପରିସରରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ

କନକ ବ୍ୟୁରୋ: ଶୁକ୍ରବାର ସମ୍ବଲପୁର ସହରର କ୍ଷେତରାଜପୁରସ୍ଥିତ ଇଣ୍ଡିଆନ୍ ପବ୍ଲିକ ସ୍କୁଲ ପରିସରରେ ୭୫ତମ ସାଧାରଣତନ୍ତ୍ର ଦିବସ କାର୍ୟ୍ୟକ୍ରମ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି ।ଏହି କାର୍ୟ୍ୟକ୍ରମରେ ପରମାଣପୁର କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଡକ୍ଟର ମୂରଲୀ ପ୍ରସାଦ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ୟ୍ୟକ୍ରମର ଶୋଭା ବର୍ଦ୍ଧନ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ସଚିନ ପାଠକ ପୁଷ୍ପଗୁଚ୍ଛ ପ୍ରଦାନ କରି ମୁଖ୍ୟ ଅତିଥିଙ୍କୁ ସ୍ବାଗତ କରିବା ପରେ ଅଧ୍ୟକ୍ଷ ସଚିନ ପାଠକ, ପ୍ରଧାନ ଶିକ୍ଷୟିତ୍ରୀ ପୂଜା ସିଂ, କୋଡିନେଟର ରଶ୍ମିରେଖା ପଣ୍ଡା, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀଙ୍କ ଗହଣରେ, ବିଦ୍ୟାଳୟ ପ୍ରାଙ୍ଗଣରେ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା ।

ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ କହିଥିଲେ, ଭାରତର ସ୍ଵାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନ ଫଳରେ ଦେଶ ଆଜି ସ୍ଵାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସ ଭଳି ଜାତୀୟ ଉତ୍ସବମାନ ପାଳନ କରିବାର ସୌଭାଗ୍ୟ ଅର୍ଜନ କରିଛି । ତେଣୁ ଦେଶର ଏକତା ଓ ଅଖଣ୍ଡତା ବଜାୟ ରଖିବାରେ ଛାତ୍ରଛାତ୍ରୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅଧ୍ୟକ୍ଷ ସଚିନ ପାଠକ ମଧ୍ୟ ଦେଶର ସୁରକ୍ଷା ଓ ଅଖଣ୍ଡତା ବଜାୟ ରଖିବା ପାଇଁ କର୍ମ ଓ କର୍ତ୍ତବ୍ୟରେ ବ୍ରତୀ ହେବାକୁ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ । ଏହି ଅବସରରେ କଳା ଶିକ୍ଷକ ସୁବ୍ରତ କୁମାର ବେହେରା, ସଙ୍ଗୀତ ଶିକ୍ଷକ ଗିରିଜା ଶଙ୍କର ମିଶ୍ର ଓ ନୃତ୍ୟ ଶିକ୍ଷକ ଦଶରଥ ମେହେରଙ୍କ ନିର୍ଦ୍ଦେଶନାରେ ଛାତ୍ରଛାତ୍ରୀ ମାନେ ଦେଶାତ୍ମବୋଧକ ସଙ୍ଗୀତ ଓ ନୃତ୍ୟର ରଙ୍ଗାରଙ୍ଗ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରିଥିଲେ । ତତ୍ ପଶ୍ଚାତ୍, ନିକଟ ଅତୀତରେ ବିଦ୍ୟାଳୟ ପରିସରରେ ସଂଘଟିତ ହୋଇଥିବା ବିଜ୍ଞାନ ମେଳା ପ୍ରଦର୍ଶନୀରେ ନିଜର ଶ୍ରେଷ୍ଠ ମଡେଲ ପ୍ରଦର୍ଶିତ କରି କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ । ପରିଶେଷରେ, ସମସ୍ତଙ୍କ ମଧ୍ୟରେ ମିଷ୍ଟାନ୍ନ ବଣ୍ଟନ କରାଯାଇ କାର୍ୟ୍ୟକ୍ରମର ପରିସମାପ୍ତି ଘୋଷଣା କରାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe