କନକ ବ୍ୟୁରୋ: ଓଡ଼ିଶା ଆଦର୍ଶ ବିଦ୍ୟାଳୟ ବାରକୋଟ ଠାରେ ୭୫ତମ ବନ ମହୋତ୍ସବ ପାଳିତ । ୭୫ ତମ ଏହି ବନ ମହୋତ୍ସବର ଅଧ୍ୟକ୍ଷତା କରିଥିଲେ ଭାରପ୍ରାପ୍ତ ଅଧ୍ୟକ୍ଷ ଅଭିଳାଷ ବାନାର୍ଜୀ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଦେବଗଡ଼ ଜିଲ୍ଲା ବନଖଣ୍ଡ ଅଧିକାରୀ ମଗର ଧନାଜୀ ରାଓ ଯୋଗଦେବା ସହ ଛାତ୍ରଛାତ୍ରୀଙ୍କୁ ବୃକ୍ଷ ରୋପଣର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ । ଏବଂ ଆଗାମୀ ଦିନରେ ଜଣେ ଜଣେ ଛାତ୍ରଛାତ୍ରୀ ଗୋଟିଏ ଲେଖାଏଁ ବୃକ୍ଷ ରୋପଣ କରି ତା’ର ଯତ୍ନ ନେବାପାଇଁ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ଛାତ୍ରଛାତ୍ରୀ, ବିଦ୍ୟାଳୟର ସମସ୍ତ କର୍ମଚାରୀ ଏବଂ ବନ ଅଧିକାରୀଙ୍କ ସହଯୋଗରେ ବିଦ୍ୟାଳୟ ପରିସରରେ ଗଛ ଲଗାଇଥିଲେ । ଏଥିରେ ଦେବଗଡ଼ ଜିଲ୍ଲା ଉପ ବନ ସଂରକ୍ଷକ ଅରୁଣ କୁମାର ବେହେରା ବାରକୋଟ୍ ବନାଞ୍ଚଳ ଅଧିକାରୀ ଚିତ୍ତରଞ୍ଜନ ପୁରୋହିତ ତଥା ଅନ୍ୟାନ୍ୟ ବନାଧିକାରୀ ଉପସ୍ଥିତ ଥିଲେ ।