ବସନ୍ତପୁର ଶିରିଡି ସାଇ ମନ୍ଦିରରେ ସାଧାରଣତନ୍ତ୍ର ଦିବସ ପାଳିତ । ପତାକା ଉତ୍ତୋଳନ କଲେ ସ୍ଥାନୀୟ ସରପଂଚ

62

କନକ ବ୍ୟୁରୋ : କେନ୍ଦ୍ରାପଡ଼ା ଜିଲ୍ଲା ର ଗରଦପୁର ବ୍ଲକ ଅନ୍ତର୍ଗତ ତେଣ୍ଡାକୁଡା ପଞ୍ଚାୟତ ର ବସନ୍ତପୁର ସ୍ଥିତ ଶ୍ରୀ ଶ୍ରୀ ଶିରିଡି ସାଇ ମନ୍ଦିର ପରିସରରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଅଛି। ଉକ୍ତ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ରବିନ୍ଦ୍ର କୁମାର ମହାପାତ୍ର ଜାତୀୟ ପତାକା ଉତ୍ତୋଳନ କରି ସାଧାରଣତନ୍ତ୍ର ଦିବସର ମହାତ୍ମ ବିଷୟରେ ଆଲୋକପାତ କରିଥିଲେ। ଅନୁଷ୍ଠାନ ର ମ୍ୟାନେଜିଂ ଟ୍ରଷ୍ଟି ଡଃ ରୁଦ୍ଧି ସୁନ୍ଦର ମହାନ୍ତି, ଟ୍ରଷ୍ଟି ଶ୍ରୀଯୁକ୍ତ ଚଣ୍ଡୀ ପ୍ରସାଦ ମହାନ୍ତି, ସ୍ୱରୁପ ମହାନ୍ତି, ରଞ୍ଜିତ ମହାନ୍ତି, ପ୍ରଭାସ ମହାନ୍ତି ଓ ନିରଂଜନ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ୟ୍ୟକ୍ରମ ପରିଚାଳନା କରିଥିଲେ।