ଜନଔଷଧି ଦିବସରେ ପ୍ରଧାନମନ୍ତ୍ରୀଙ୍କ ଅବିଭାଷଣ : କହିଲେ ମେକ୍ ଇନ୍ ଇଣ୍ଡିଆ ଭ୍ୟାକସିନ୍ ନିଜ ପାଇଁ ଓ ଦୁନିଆ ପାଇଁ

66

କନକ ବ୍ୟୁରୋ : ଆଜି (ମାର୍ଚ୍ଚ-୭) ଜନଔଷଧି ଦିବସରେ ୭୫୦୦ ତମ ଜନଔଷଧି କେନ୍ଦ୍ରର ଉଦଘାଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମେଦି । ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ କି ଟଙ୍କା ପାଇଁ ସାଧାରଣ ଲୋକେ ଯେଭଳି ଔଷଧ କିଣିବା ବେଳେ ଅସୁବିଧାରେ ନ ପଡନ୍ତି ସେଥିପାଇଁ ସରକାର ଏହି ଯୋଜନା କରିଛନ୍ତି । ଏହାସହ ଏହି ଯୋଜନାରେ ଲୋକମାନଙ୍କୁ ସେବା ଯୋଗାଉଥିବା କର୍ମଚାରୀ ମାନଙ୍କୁ ବି ଧନ୍ୟବାଦ ଦେଇଛନ୍ତି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି କି ଭାରତର ଫାର୍ମାସୀ କରୋନା ଟିକା ପ୍ରସ୍ତୁତ କରି ସାରା ବିଶ୍ୱକୁ ଚମକାଇ ଦେଇଛି । ମେକ୍ ଇଣ୍ଡିଆ ଭ୍ୟାକସିନ ଦେଶର ଲୋକମାନଙ୍କ ସହ ଅନ୍ୟ ଦେଶର ଲୋକମାନଙ୍କୁ ବି କରୋନା ଭଳି ମହାମାରୀରୁ ରକ୍ଷା କରୁଛି । ଏହାସହ ବିଶ୍ୱର ଅନ୍ୟ ଦେଶ ମାନେ ପ୍ରସ୍ତୁତ କରିଥିବା ଟିକା ଠାରୁ ଭାରତୀୟ ଟିକା ବହୁତ୍ କମ୍ ଦାମରେ ଯୋଗାଇ ଦିଆଯାଉଥିବା ସେ କହିଛନ୍ତି । ଉପସ୍ଥିତ ଲୋକମାନଙ୍କୁ ସମ୍ବୋଧିତ କରି ସେ କହିଛନ୍ତି କି ସାରା ଦେଶର ଲୋକେ ମୋ ପରିବାର । ତେଣୁୁ ମୋ ପରିବାରର କେହି ଲୋକ ରୋଗରେ ପଡିବା ମୋ ପରିବାରର ଲୋକେ ରୋଗରେ ପଡିବା ସହ ସମାନ । ତେଣୁ ଅପାଣମାନଙ୍କୁ କିଭଳି ଶସ୍ତାରେ ଚିକିତ୍ସା ସୁବିଧା ଠାରୁ ଆରମ୍ଭ କରି ଔଷଧ ପର୍ଯ୍ୟନ୍ତ ଯୋଗାଇ ଦିଆଯିବ ତାହା ଉପରେ ଆମ ସରକାର ଧ୍ୟାନ ଦେଉଥିବା କଥା ସେ କହିଛନ୍ତି । ଏହାସହ ଜନଔଷଧି ଦିବସରେ ପ୍ରଧାନମନ୍ତ୍ରୀ ୭୫୦୦ ତମ ଜନଔଷଧି କେନ୍ଦ୍ରର ଶୁଭାରମ୍ଭ କରିଥିଲେ ।