କନକ ବ୍ୟୁରୋ : ୭୮ତମ ସ୍ବାଧୀନତା ଦିବସରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଏବେ ଡାକ୍ତରୀ ପାଠ ପଢ଼ିବାକୁ ଆଉ ବିଦେଶ ଯବାକୁ ପଡ଼ିବନି । ନିଜ ଦେଶରେ ହିଁ ପାଠ ପଢ଼ିପାରିବେ ଛାତ୍ରଛାତ୍ରୀ । ଏଥିପାଇଁ ଦେଶରେ ଥିବା ମେଡିକାଲ କଲେଜରେ ୭୫ ହଜାର ନୂଆ ଡାକ୍ତରୀ ସିଟ୍ ବୃଦ୍ଧି କରାଯିବ । ପୂର୍ବରୁ କମ ସଂଖ୍ୟକ ସିଟ୍ ପାଇଁ ଛାତ୍ରଛାତ୍ରୀଙ୍କୁ ଡାକ୍ତରୀ ପାଠ ପଢ଼ିବାକୁ ୟୁକ୍ରେନ ଓ ବାଂଲାଦେଶ ଭଳି ଦେଶକୁ ଯିବାକୁ ପଡୁଥିଲା । ଯୁଦ୍ଧ ଓ ବିକ୍ଷୋଭ ପାଇଁ ସେଠାରେ ଛାତ୍ରଛାତ୍ରୀମାନେ ଅନେକ ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ିଛି । ଏବେ କିନ୍ତୁ ନିଜ ଦେଶରେ ଡାକ୍ତରୀ ପାଠ ପଢ଼ିପାରିବେ ଛାତ୍ରଛାତ୍ରୀ । ୫ ବର୍ଷ ମଧ୍ୟରେ ଦେଶରେ ୭୫ ହଜାର ନୂଆ ମେଡିକାଲ ସିଟ୍ ସୃଷ୍ଟି କରାଯିବ ବୋଲି ଘୋଷଣା କରିଛନ୍ତି ନରେନ୍ଦ୍ର ମୋଦୀ ।