କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ , ଲଦାଖରେ ନିର୍ମାଣ ହେବ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଖର୍ଚ୍ଚର୍ହେବ ୭୫୦ କୋଟି ଟଙ୍କା

177

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗୁରୁବାର ଦିନ କେନ୍ଦ୍ର କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଭାରତ ସରକାରଙ୍କ ତରଫରୁ କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖରେ ଏକ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ ପାଇଁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

ଅନୁରାଗ ଠାକୁରଙ୍କ ସୂଚନା ମୁତାବକ ଲଦାଖରେ ନିର୍ମାଣ ହେବାକୁ ଥିବା ଏହି କେନ୍ଦ୍ରୀୟ ବିଶ୍ୱ ବ୍ୟିାଳୟ ପାଇଁ ଭାରତ ସରକାର ୭୫୦ କୋଟି ଟଙ୍କା ଖର୍ଚ୍ଚ କରିବେ । ଏହାଦ୍ୱାରା ସ୍ଥାନୀୟ ଯୁବକମାନେ ବିଶ୍ୱବିଦ୍ୟାଳୟ ସ୍ତରୀୟ ଶିକ୍ଷାଲାଭର ସୁଯୋଗ ପାଇବେ । ଏହି ବିଶ୍ୱ ବିଦ୍ୟାଳୟ ଲଦାଖ, ଲେହ ଓ କାରଗିଲ ସୀମାରେ ନିର୍ମାଣ କରାଯିବ ।

କେବଳ ସ୍ତେକି ନୁହେଁ ଲଦାଖରେ ଏକ ଇନଫ୍ରାଷ୍ଟ୍ରକଚର କର୍ପୋରେସନ୍ ନିର୍ମାଣ କରିବାକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଯେଉଁ କର୍ପୋରେସନ ସ୍ଥାନୀୟ ବାଣିଜ୍ୟ ଓ ଅନ୍ୟ ମାମଲାରେ ନିର୍ଣ୍ଣୟ ନେଇ ପାରିବ । ଅନୁରାଗ ଠାକୁର କହିଛନ୍ତି କି ଏହା ଦ୍ୱାରା ଲଦାଖର ବିକାଶ ଦ୍ରୁତ ହେବ । ଏହି କର୍ପୋରେସନ କମ୍ପାନୀ ଅଧିନିୟମ ଦ୍ୱାରା ଅଣାଯାଇଛି । କର୍ପୋରେସନ ୨୫ କୋଟି ଟଙ୍କାର ବଜେଟ ପ୍ରସ୍ତୁତ କରିପାରିବ ।
କହିରଖୁ କି ଏବେ ସଂସଦରେ ମୌସୁମୀ ଅଧିବେଶନ ଚାଲିଛି । ସଂସଦ ଅଧିବେଶନ ମଧ୍ୟରେ ଏହି କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଛି । ଏହା ପୂର୍ବ କ୍ୟାବିନେଟ୍ ବୈଠକରେ କେନ୍ଦ୍ର ସରକାର ଡି.ଏ ବୃଦ୍ଧି ଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ।