ବାତ୍ୟା ମଧ୍ୟରେ ନୂଆ ଜୀବନ । ଉପକୂଳବର୍ତ୍ତୀ ୧୦ ଜିଲ୍ଲାରେ ଜନ୍ମନେଲେ ୭୫୦ ଶିଶୁ

162

କନକ ବ୍ୟୁରୋ: ସାମୁଦ୍ରିକ ଝଡ ୟାସ୍ ବେଳରେ ଉପକୂଳବର୍ତ୍ତୀ ୧୦ ଜିଲ୍ଲାରେ ଜନ୍ମ ନେଲେ ୭୫୦ ଜଣ ଶିଶୁ । ବାତ୍ୟା ୟାସର ବିପଦକୁ ଦୃଷ୍ଟିରେ ରଖି ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ଏହି ୧୦ ଜିଲ୍ଲାରେ ଥିବା ଗର୍ଭବତୀ ମହିଳା ମାନଙ୍କୁ ଚିହ୍ନଟ କରାଯାଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ।

ବିଭାଗର ଡିଏସଡବ୍ଲୁ, ସିଡିପିଓ, ଅଙ୍ଗନବାଡି କର୍ମୀ, ସୁପର ଭାଇଜର ଓ ଆଶାକର୍ମୀଙ୍କ ସହାୟତାରେ ୪,୫୫୫ ଜଣ ଗର୍ଭବତୀଙ୍କୁ ଚିହ୍ନଟ କରାଯାଇଥିଲା । ସେ ମଧ୍ୟରୁ ୨,୧୦୭ ଜଣଙ୍କୁ ଚିହ୍ନଟ କରାଯାଇ ସ୍ଥାନାନ୍ତର କରାଯାଇଥିଲା । ଏମାନଙ୍କ ମଧ୍ୟରୁ ୨୫ ଓ ୨୬ ତାରଖରେ ୭୫୦ ଜଣ ଶିଶୁ ଜନ୍ମ ନେଇଛନ୍ତି ।

ତେବେ ଏହି ସମୟରେ ଗର୍ଭବତୀ ମହିଳାମାନଙ୍କୁ ହସ୍ପିଟାଲକୁ ଆଣିବା ବିଭାଗୀୟ କାର୍ଯ୍ୟକର୍ତ୍ତାଙ୍କ ପାଇଁ ବଡ ଆହ୍ୱାନ ଥିଲା । ଜୁନ ପ୍ରଥମ ସପ୍ତାହରେ ପ୍ରସବ ସମୟ ଥିବା ମହିଳା ମାନେ ଏବେଠୁ ଆସି ହସ୍ପିଟାଲରେ ରହିବାକୁ ଇଚ୍ଛା କରିନଥିଲେ । ତାଙ୍କୁ ଅଙ୍ଗନବାଡି କର୍ମୀ ବୁଝାସୁଝା କରି ହସ୍ପିଟାଲକୁ ଆଣିଥିଲେ ।