କନକ ବ୍ୟୁରୋ : ଭଦ୍ରକର ରକ୍ତ ତୀର୍ଥ ଇରମ । ଯେଉଁଠି ଦିନେ ପରାଧୀନ ଭାରତର ମୁକ୍ତି ପାଇଁ ଦେଶପ୍ରେମୀଙ୍କ ଲୁହଲହୁ ଏକାକାର
ହୋଇଯାଇଥିଲା । ନିଜ ଜୀବନକୁ ବାଜିଲଗାଇ ଇଂରେଜର ବନ୍ଧୁକ ଆଗରେ ଛାତି ପତାଇ ଦେଇଥିଲେ ଦେଶପ୍ରେମୀ । ଆଉ ରକ୍ତମୁଖା ଇଂରେଜର ବନ୍ଧୁକ ମୁନରେ୨୯ ଜଣ ସଂଗ୍ରାମୀ ଦେଶ ପାଇଁ ହସି ହସି ଜୀବନ ଦେଇଥିଲେ । ରକ୍ତତୀର୍ଥ ଇରମ ଘଟଣାର ୭୫ ବର୍ଷ ପୂର୍ତ୍ତି ଅବସରରେ ସ୍ୱାଧୀନତା ସଂଗ୍ରାମୀଙ୍କ ସମ୍ମାନାର୍ଥେ ଡାକ ଟିକଟ ଜାରି କରିବା ପାଇଁ କେନ୍ଦ୍ର ସଂଚାର ମନ୍ତ୍ରୀ ମନୋଜ ସିଂହ୍ନାଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶହୀଦଙ୍କ ସ୍ମୁତିରେ ଏବଂ ଏହି ଐତିହାସିକ ଘଟଣାର ସ୍ମୁତିରେ ଡାକଟିକଟ ଜାରି କରିବା ଉଚିତ୍ ବୋଲି ଧର୍ମେନ୍ଦ୍ର ପ୍ରଧାନ ଚିଠିରେ ଲଲ୍ଲେଖ କରିଛନ୍ତି ।
ତେବେ ଭଦ୍ରମ ଜିଲ୍ଲାର ଶହୀଦ ସ୍ମାରକୀ କମିଟିର ସମ୍ପାଦକ ଏନେଇ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଥିଥିଲେ । ତାଙ୍କ ଚିଠି ଆଧାରରେ ଧର୍ମେନ୍ଦ୍ର ପ୍ରଧାନ ଏ ଚିଠି ଲେଖିଛନ୍ତି । ସୂଚନାଯୋଗ୍ୟ ୧୪୪୨, ସେପ୍ଟେମ୍ବର ୨୮ ତାଖରେ ଇଂରେଜଙ୍କ ଗୁଳିରେ ୨୯ ଜଣ ସ୍ୱାଧୀନ୍ତା ସଂଗ୍ରାମୀ ହସି ହସି ପ୍ରାଣବଳୀ ଦେଇଥିଲେ । ଏତିରେ ୫୦ରୁ ଅଧିକ ସ୍ୱାଧୀନତା ସଂଗ୍ରମୀ ଆହତ ହୋଇଥିଲେ । ତେବେ ଏହି ସ୍ଥାନ ଦ୍ୱିତୀୟ ଜାଲିଆନାୱାଲାବାଗ ଭାବେ ମଧ୍ୟ ପରିଚିତ । ସ୍ୱାଧୀନତା ସଂଗ୍ରମୀଙ୍କ ପ୍ରାଣବଳି ସତ୍ୱେ ଏହି ସ୍ଥାନରେ ବିକାଶ ପାଇଁ ସେପରି କିଛି ପଦକ୍ଷେପ ନିଆଯାଇନାହିଁ ବୋଲି ଅଭିଯୋଗ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/10/Eram-memorial.jpg)