ବୟସର ଅପରାହ୍ଣରେ ବି ଭୁଲି ନାହାନ୍ତି ନିୟମକୁ । ଗାଡି ଚଲାଇବା ପାଇଁ ୭୫ ବର୍ଷ ବୟସରେ ତିଆରି କଲେ ଡିଏଲ୍

Advertisment
ବୟସର ଅପରାହ୍ଣରେ ବି ଭୁଲି ନାହାନ୍ତି ନିୟମକୁ । ଗାଡି ଚଲାଇବା ପାଇଁ ୭୫ ବର୍ଷ ବୟସରେ ତିଆରି କଲେ ଡିଏଲ୍

ନୂଆ ଟ୍ରାଫିକ୍ ନିୟମକୁ ନେଇ ଲୋକଙ୍କ ମଧ୍ୟରେ ବର୍ତ୍ତମାନ କୋକୁଆ ଭୟ ଖେଳିଯାଇଛି । ଗାଁଠାରୁ ଆରମ୍ଭ କରି ସହରର ପ୍ରତିଟି ଗଳି କନ୍ଦିରେ ଏବେ ଟ୍ରାଫିକ ପୁଲିସ ବେପରୁଆ ଗାଡି ଚାଳକ ତଥା ଟ୍ରାଫିକ୍ ଉଲ୍ଲଂଘନକାରୀଙ୍କୁ ମଜା ଚକାଇବା ପାଇଁ ଜଗିବସିଛି । ଆଉ ଯଦି କୌଣସି ବ୍ୟକ୍ତି ନିୟମ ଭାଙ୍ଗୁଥିବା ବେଳେ ପୁଲିସ୍ ହାବୁଡରେ ପଡିଯାଉଛି ତେବେ ହଜାର ହଜାର ଟଙ୍କା ତଣ୍ଡ ଗଣିବା ଏକପ୍ରକାରେ ଥୟ । ହେଲେ ସାରା ଦେଶରେ ଯେଉଁଠି ନୂଆ ଟ୍ରାଫିକ୍ ନିୟମକୁ ନେଇ ଜନଅସନ୍ତୋଷ ଦେଖାଦେଇଛି ସେଇଠି ଏଭଳି ବି ଜଣେ ମହିଳା ଅଛନ୍ତି ଯିଏକି ବୟସର ଅପରାହ୍ନରେ ବି ଏଭଳି କଠୋର ଟ୍ରାଫିକ୍ ନିୟମକୁ ପାଳନ କରିବାକୁ ଭୁଲି ନାହାନ୍ତି । ଆଉ ମହିଳା ଜଣଙ୍କର ଏଭଳି କାର୍ଯ୍ୟରୁ ପ୍ରେରଣା ମିଳୁଛି କି ଆଗ ଜୀବନ, ତା’ପରେ ଯାଇ ଯେଉଁ କଥା ।
ସିଡନୀରେ ରହୁଥିବା ୱିନ୍ନି ସାମ୍ପି ନାମକ ଜଣେ ୭୫ ବର୍ଷୀୟ ବୃଦ୍ଧା ଗାଡି ଚଲାଇବା ପୂର୍ବରୁ ପ୍ରଥମେ ନିଜର ଡ୍ରାଇଭିଂ ଲାଇସେନ୍ସ ବନାଇଥିଲେ ଆଉ ତା ପରେ ଯାଇ ଗାଡି ଚଲାଇଥିଲେ । ତେବେ ୱିନ୍ନି ନିଜର ରୋଗୀଣା ଭଉଣୀକୁ ମେଡିକାଲ ନେବା ଆଣିବା ପାଇଁ ଏକ ଗାଡି କିଣିଥିଲେ, ଯାହାକୁ ସେ ନିଜେ ଚଲାଇବାକୁ ଚାହିଁଥିଲେ । ତେଣୁ ଏଥିପାଇଁ ସେ ପ୍ରଥମେ ଡିଏଲ ବନାଇଥିଲା ଆଉ ତା ପରେ ଯାଇ ଗାଡି ଘରୁ ବାହାରକୁ ବାହାର କରିଥିଲେ । ତେବେ ୱିନ୍ନଙ୍କୁ ଡିଏଲ ବନାଇବାରେ ସହାୟକ କରିଥିବା ବ୍ଲଡୱୁଡ ଟ୍ରି ଆସୋସିଏସନ ନାମକ ଏକ ବେସରକାରୀ ସଂସ୍ଥା ୱିନ୍ନିଙ୍କର ଏକ ଫଟୋ ନିଜ ଫେସବୁକ୍ ପେଜରେ ପୋଷ୍ଟ କରିବା ପରେ ଘଟଣାଟି ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି ।

ଫେସବୁକ୍ ପୋଷ୍ଟରେ ଆସୋସିଏସନ ପକ୍ଷରୁ ଲେଖା ଯାଉଛି କି, ଲାଇସେନ୍ସ ପାଇବା ପରେ ୱିନ୍ନି ବର୍ତ୍ତମାନ ନିଜ ରୋଗୀଣା ଭଉଣୀଙ୍କୁ ଦୈନିକ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଡାକ୍ତରଙ୍କ ନିକଟକୁ ନେବା ଆଣିବା କରିବା ସହ ସପିଂ ଏବଂ ଅନ୍ୟାନ୍ୟ କାମ ମଧ୍ୟ କରୁଛନ୍ତି । ସବଠାରୁ ଗୁରୁତ୍ୱ ପୂର୍ଣ୍ଣ ବିଷୟ ହେଲା କି, ଏହି ବୟସରେ ୱିନ୍ନି କାହାକୁ ଲିପ୍ଟ ମାଗି କିମ୍ବା ଟ୍ୟାକ୍ସି ବୁକ କରି କିମ୍ବା ବିନା ଡିଏଲରେ ବି ଗାଡି ଚଲାଇପାରିଥାନ୍ତେ କିନ୍ତୁ ସେ ଏଭଳି ନକରି ଜଣେ ସଚ୍ଚା ନାଗରିକ ଭାବେ ଆଇନକୁ ସମ୍ମାନ ଜଣାଇବା ସହ ପାଳନ ମଧ୍ୟ କରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe