କନକ ବ୍ୟୁରୋ : ଭୁବନେଶ୍ୱର ସାମନ୍ତ ବିହାରରେ ଜଣେ ବ୍ୟକ୍ତିଙ୍କ ଠାରୁ ୭୫ଲକ୍ଷ ଟଙ୍କା ଠକେଇ ଅଭିଯୋଗ । ସାମନ୍ତ ବିହାରର ଦିଲ୍ଲୀପ ଚୌଧୁରୀ ୭୫ଲକ୍ଷ ଟଙ୍କା ଠକେଇ କରିଥିବା ନେଇ ଅଭିଯୋଗ ଆଣିଛନ୍ତି ତାଙ୍କ ସମ୍ପର୍କୀୟ ଦୀପକ ଚୌଧୁରୀ । ଅଭିଯୋଗ କରି ଦିଲ୍ଲୀପଙ୍କ ଘର ସମ୍ମୁଖରେ ଧାରଣା ଦେଇଥିଲେ ଦୀପକ । ଏହାସହ ଦିଲ୍ଲୀପଙ୍କ ଘର ସମ୍ମୁଖରେ ଏକ ଫ୍ଲେକ୍ସ ଲଗାଇ ଧାରଣାରେ ବସିଥିଲେ ଦୀପକ । ନିଜ ପ୍ରାପ୍ୟ ଫେରାଇବା ଅନୁରୋଧରେ ଶାନ୍ତିପୂର୍ଣ୍ଣ ଧାରଣା ବୋଲି ଲେଖାଥିବା ଏକ ଫ୍ଲେକ୍ସ ଧରି ଧାରଣାରେ ବସିଥିଲେ ଅଭିଯୋଗକାରୀ ।
ଏ ବାବଦରେ ସୂଚନା ପାଇବା ପରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ଦିଲ୍ଲୀପଙ୍କ ଘରେ ପହଞ୍ଚି ଉଭୟ ପକ୍ଷଙ୍କ ସହ ଆଲୋଚନା କରିବା ପରେ ଠକେଇ ନେଇ ଦୀପକଙ୍କୁ ଲିଖିତ ଭାବେ ଏତଲା ଦେବା ପାଇଁ ବୁଝାସୁଝା କରିଛି । ୨୦୧୪ରେ ଦୀପକଙ୍କ ଠାରୁ ଦିଲ୍ଲୀପ ୭୫ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/Screen-Shot-2021-03-31-at-4.23.17-PM.png)