କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ୭୫ ପ୍ରତିଶତ ଉପସ୍ଥାନ ନଥିଲେ ପରୀକ୍ଷା ଦେଇପାରିବେନି ଛାତ୍ରଛାତ୍ରୀ, ନିର୍ଦ୍ଦେଶ ଜାରି କଲା ଉଚ୍ଚ ଶିକ୍ଷା ବିଭାଗ

କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ୭୫ ପ୍ରତିଶତ ଉପସ୍ଥାନ ନଥିଲେ ପରୀକ୍ଷା ଦେଇପାରିବେନି ଛାତ୍ରଛାତ୍ରୀ, ନିର୍ଦ୍ଦେଶ ଜାରି କଲା ଉଚ୍ଚ ଶିକ୍ଷା ବିଭାଗ

କନକ ବ୍ୟୁରୋ : କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ଏଣିକି କ୍ଲାସ ନ କରି ଖଟି କଲେଜରେ ଖଟି ମାରିବା ଛାତ୍ରଛାତ୍ରୀଙ୍କୁ ମହଙ୍ଗା ପଡିବ । କାରଣ ଏଣିକି ରାଜ୍ୟର ସମସ୍ତ କଲେଜରେ ୭୫ ପ୍ରତିଶତ ଉପସ୍ଥାନ ଥିବା ଛାତ୍ରଛାତ୍ରୀ ହିଁ ପରୀକ୍ଷା ଦେବା ଲାଗି ଯୋଗ୍ୟ ବିବେଚିତ ହେବେ। ଏ ସଂକ୍ରାନ୍ତରେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତର କଲେଜ ଅଧ୍ୟକ୍ଷ/ଅଧକ୍ଷାଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

publive-imageଉଚ୍ଚ ଶିକ୍ଷା ବିଭାଗର ସଚିବ ଶାଶ୍ୱତ ମିଶ୍ର ସମସ୍ତ ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତ କଲେଜର ଅଧ୍ୟକ୍ଷ/ଅଧକ୍ଷାଙ୍କୁ ଏହି ନିୟମକୁ ତୁରନ୍ତ ଲାଗୁ କରିବାକୁ ଚିଠି ଲେଖି ନିର୍ଦ୍ଦେର୍ଶ ଦେଇଛନ୍ତି । ଚିଠିରେ ସ୍ପଷ୍ଟ ଭାବେ ଦର୍ଶାଯାଇଛି ଯେ, ଏଣିକି ସମସ୍ତ କଲେଜ ଛାତ୍ରଛାତ୍ରୀଙ୍କ ଶ୍ରେଣୀରେ ଅତିକମରେ ୭୫ ପ୍ରତିଶତ ଉପସ୍ଥାନ ରହିବା ଆବଶ୍ୟକ । ଯଦି କୌଣସି ଛାତ୍ରଛାତ୍ରୀଙ୍କର ୭୫ ପ୍ରତିଶତରୁ କମ୍ ଉପସ୍ଥାନ ଶ୍ରେଣୀରେ ରହେ ତେବେ ତାଙ୍କୁ ବାର୍ଷିକ ପରୀକ୍ଷାରେ ବସିବା ଲାଗି ଅନୁମତି ଦିଆଯିବ ନାହିଁ। ଏଭଳି ପରିସ୍ଥିତିରେ ୭୫ ପ୍ରତିଶତରୁ କମ୍ ଉପସ୍ଥାନ ଥିବା ଛାତ୍ରଛାତ୍ରୀଙ୍କୁ ଏକ୍ସଟା କ୍ଲାସ୍ କରି ତାହାକୁ ପୂରଣ କରିବାକୁ ହେବ।

ତେଣୁ ପିଲାମାନଙ୍କୁ ବାର୍ଷିକ ପରୀକ୍ଷା ପୂର୍ବରୁ ଆଗୁଆ ସଚେତନ କରାଇବା ପାଇଁ ସମସ୍ତ ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତର କଲେଜ ଅଧ୍ୟକ୍ଷ/ଅଧକ୍ଷାଙ୍କୁ ଏ ନେଇ ଉଚ୍ଚ ଶିକ୍ଷା ବିଭାଗର ସଚିବ ଶାଶ୍ୱତ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe