କନକ ବ୍ୟୁରୋ: ସରିଛି ପ୍ରଥମ ପର୍ଯ୍ୟାୟ ମତଦାନ । ପ୍ରଥମ ପର୍ଯ୍ୟାୟରେ ୭୫.୬୮ ପ୍ରତିଶତ ହୋଇଛି ମତଦାନ । ଗତ ନିର୍ବାଚନ ତୁଳନାରେ ୨ ପ୍ରତିଶତ ଅଧିକ ଭୋଟ ହାର ରହିଛି । ସ୍ୱାଭିମାନ ଅଂଚଳ ଲୋକ ଭୋଟ୍ ଦେବା ପାଇଁ ଅଧିକ ଆଗ୍ରହ ଦେଖାଇଛନ୍ତି । କଳାହାଣ୍ଡିରେ ମୋଟ୍ ଭୋଟ ହାର ୭୭.୯୦ ପ୍ରତିଶତ, ନବରଙ୍ଗପୁରରେ ୮୨.୧୬ ପ୍ରତିଶତ, କୋରାପୁଟରେ ୭୭. ୫୩ ପ୍ରତିଶତ, ଏବଂ ବ୍ରହ୍ମପୁରରେ ୬୫.୪୧ ପ୍ରତିଶତ ରହିଛି ଭୋଟ୍ ହାର । ୨୪ ଲକ୍ଷ ୨୬ ହଜାର ମହିଳା ଭୋଟ୍ ଦେଇଥିବାବେଳେ ୨୩ ଲକ୍ଷ ୩୨ ହଜାର ପୁରୁଷ ଭୋଟ୍ ଦେଇଛନ୍ତି ।