କନକ ବ୍ୟୁରୋ: ଭୁବନେଶ୍ୱର ନିଳାଦ୍ରୀ ବିହାର ସ୍ଥିତ ଉତ୍କଳ ହସପିଟାଲ ପରିସରରେ ୭୪ତମ ଗଣତନ୍ତ୍ର ଦିବସ ପାଳନ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଆମେରିକାରେ ରହୁଥିବା ଡାକ୍ତରଖାନାର ଚେୟାରମ୍ୟାନ ଆଦିତ୍ୟ କୁମାର ସାସମଲ୍ ସାମିଲ ହୋଇଥିଲେ । ସେ ପତାକା ଉତ୍ତୋଳନ କରିବା ସହ ଉପସ୍ଥିତ ଅଧିକାରୀ, କର୍ମଚାରୀ, ରୋଗୀଙ୍କ ଆଟେଣ୍ଡାଣ୍ଟମାନଙ୍କୁ ସମ୍ବୋଧିତ କରିଥିଲେ । ଦେଶ ସେବାରେ ନିଜକୁ ଉତ୍ସର୍ଗ ରଖିବାକୁ ପରାମର୍ଶ ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ହସପିଟାଲରେ ପରିଚାଳନା ନିର୍ଦ୍ଦେଶକ ଡ. ପ୍ରଜ୍ଞାରଞ୍ଜନ, ଡାଇରେକ୍ଟର ମେଡିକାଲ ସର୍ଭିସ ଡ. ରଞ୍ଜନ ମହାପାତ୍ର, ଡିନ ଏକାଡେମିକ୍ସ ପ୍ରଫେସର ପ୍ରଫୁଲ୍ଲ କୁମାର ଦାସ ଏବଂ ସିଇଓ ଡ. ଆଶିଷ ଚନ୍ଦ୍ରା ସାମିଲ ହୋଇ ଅଭିଭାଷଣ ରଖିଥିଲେ । ଶେଷରେ ସିଓଓ ଡ. ଆଲୋକ ଲୋଧା ଧନ୍ୟବାଦ ଅର୍ପଣ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/01/Collage-Maker-27-Jan-2023-08.48-PM.jpg)