ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସଂବୋଧନ । ଦେଶର କୋଟି କୋଟି କରୋନା ଯୋଦ୍ଧାଙ୍କ ସେବାକୁ କଲେ ପ୍ରଶଂସା

175

କନକ ବ୍ୟୁରୋ: କରୋନା କାଳରେ ଦେଶ ପାଳନ କରୁଛି ୭୪ ତମ ସ୍ୱାଧାନତା ଦିବସ । ଲାଲକିଲ୍ଲାରେ ଜାତୀୟ ପତାକା ଉତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସକାଳ ଠିକ୍ ୭ଟା ୩୦ ମିନିଟ୍ ରେ ପତାକା ଉତୋଳନ କରିଥିଲେ ପ୍ରଧାନମନ୍ତ୍ରୀ । ଏହି ଅବସରରେ ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

• କୋଟି କୋଟି କରୋନା ଯୋଦ୍ଧାଙ୍କ ସେବାକୁ ଶତ ନମନ କରିଛନ୍ତି ପ୍ରଧାନମନ୍ତ୍ରୀ ।

• ବର୍ତମାନ ଭାରତ କରୋନା ସହିତ ଲଢେଇ କରୁଛି , କରୋନା ଯୋଦ୍ଧାଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ

• ସୀମାରେ ଦେଶ ପାଇଁ ବଳିଦାନ ଦେଇଥିବା ସହିଦଙ୍କୁ ସଲାମ

• ଆତ୍ମନିର୍ଭର ଭାରତ ଉପରେ ଗୁରୁତ୍ୱ ।

• ନାଁ ନନେଇ ଚୀନର ବିସ୍ତାରବାଦ ନୀତିକୁ ସମାଲୋଚନା

• ଲାଲକିଲ୍ଲାରୁ ଚୀନକୁ କଡା ସନ୍ଦେଶ

• ଦେଶର ଯୁବ ବର୍ଗଙ୍କୁ ଆତ୍ମନିର୍ଭର ହେବାକୁ ଆହ୍ୱାନ

• ନିଜେ ନିଜକୁ ଗଢି ତୋଳିବାକୁ ଦେଶର ଯୁବ ବର୍ଗ ପ୍ରତିଜ୍ଞା ନେବାକୁ ଆହ୍ୱାନ

• ଭାରତ ଏକ ବିଶାଳ ସଂସ୍କାର ପରିବେଶ ଭିତରେ ଗଢି ହୋଇଛି

• ସମୟ ଦାବି କରୁଛି ଏବେ ବିଶ୍ୱ ଅର୍ଥନୀତି ସହିତ ଭାରତର ଅର୍ଥନୀତି ଯୋଡି ହେବା ଜରୁରୀ

• କୃଷି କ୍ଷେତ୍ରରେ ଆତ୍ମନିର୍ଭର ଭାରତ

• ଉର୍ଜା କ୍ଷେତ୍ରରେ ବି ଭାରତ ବହୁ ଆଗକୁ ଆସିଛି

• ଭାରତ ବିଭିନ୍ନ ସାମଗ୍ରୀ ଉତ୍ପାଦନରେ ଆତ୍ମନିର୍ଭର ହେଲାଣି

• କୁଶଳୀ ମାନବ ସଂବଳ ଉପରେ ଗୁରୁତ୍ୱ

• ଆମର ସାମର୍ଥ୍ୟକୁ ବଂଚାଇ କୁଶଳତାକୁ କାମରେ ଲଗାଇବାକୁ ହେବ

• ସ୍କିଲ୍ ଡେଭଲପମେଂଟ କୁ ଗୁରୁତ୍ୱ ଦେଲେ ଆତ୍ମନିର୍ଭର ହେବ ଭାରତ

• ଆତ୍ମନିର୍ଭର ହେବାକୁ ଭାରତ ଆଗରେ ଅନେକ ସମସ୍ୟା

• କୋଟି କୋଟି ଭାରତୀୟ ଏହାର ସମାଧାନ ଦେଇପାରିବେ

• କରୋନା ସମୟରେ ଆମେ ବହୁ ସମସ୍ୟାର ଶିକାର ହୋଇଛେ

• ଆମର ଯୁବ ପିଢୀ ଏହି ଆବଶ୍ୟକତା ମେଂଟାଇ ଦେଇଛନ୍ତି

• ଏନ ୯୫ ମାସ୍କ, ପିପିଇକିଟ୍, ଭେନଟିଲେଟର ହୋଇପାରିଛି, ଆମେ ବିଦେଶକୁ ରପ୍ତାନୀ କରୁଛୁ

• ଆତ୍ମନିର୍ଭର ଭାରତର ଅର୍ଥ ଆମେ ଆମ ସାମଗ୍ରୀର ଗୌରବ ଗାନ କରିବା

• ଭୋକାଲ୍ ଫୋର ଲୋକାଲ ଉପରେ ଗୁରୁତ୍ୱ

• ରାଷ୍ଟ୍ରୀୟ ଶିକ୍ଷାନୀତି, ୱାନ ନେସନ୍ ୱାନ ରାସନ କାର୍ଡ ଏବେ ଦେଶର ପରିଚୟ ହୋଇପାରିଛି

• ଗୋଟିଏ ପରେ ଗୋଟିଏ ପରିବର୍ତନକୁ ସାରା ବିଶ୍ୱ ଦେଖିପାରୁଛି

• ଏଫଡିଆଇରେ ସବୁ ରେକର୍ଡ ଭାଂଗିଛି ଗତବର୍ଷ

• ଗତବର୍ଷ ଏଫଡିଆଇରେ ୧୮ ପ୍ରତିଶତ ବୃଦ୍ଧି ହୋଇଛି

• ଭାରତକୁ ଏବେ ଅନେକ ଦେଶ ରପ୍ତାନୀ କେନ୍ଦ୍ର ବୋଲି ଭାବିଲେଣି

• କରୋନା ସମୟରେ ବନ୍ୟା ବାତ୍ୟା ଚାଷୀଙ୍କ ପାଇଁ ବଡ ବିପତି ଆଣିଛି

• ଦେଶର ଚାଷୀ ଏବେ ବି ଆତ୍ମନିର୍ଭର ହୋଇ ଆଗକୁ ବଢୁଛି

• କରୋନାକୁ ପ୍ରାଥମିକତା ଦେଇ ଦୂର କରିବା ଉପରେ ଗୁରୁତ୍ୱ

• ୧୧୦ ଲକ୍ଷ କୋଟି ନିବେଶ ହେବ ବିଭିନ୍ନ ସେକ୍ଟରରେ

• ୭ ହଜାର ପ୍ରୋଜେକ୍ଟ ଚିହ୍ନଟ ସରିଛି, ଏହା ଦେଶର ସାମଗ୍ରିକ ବିକାଶରେ କାମ କରିବ

• ଦେଶର ଭିତିଭୂମି ବିକାଶ ଉପରେ ସବୁଠାରୁ ଅଧିକ ଗୁରୁତ୍ୱ