ଚିନ୍ତା ବଢାଇଲାଣି ଭୁବନେଶ୍ୱର । ଆଜି ଚିହ୍ନଟ ହେଲେ ୭୪୫ ପଜିଟିଭ୍ । ୧୪୭ ଜଣ କ୍ୱାରେଣ୍ଟିନରୁ, ୫୯୮ ଲୋକାଲ୍ କେସ୍ ।

97

କନକ ବ୍ୟୁରୋ: ରାଜଧାନୀର କରୋନା ରିପୋର୍ଟ ଏବେ ବିଏମସି ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି । ରାଜ୍ୟରେ ଦୈନିକ ସଂକ୍ରମଣ ୬ ହଜାର ଟପିଥିବାବେଳେ ରାଜଧାନୀ ଭୁବନେଶ୍ୱରର ସଂକ୍ରମଣ ମଧ୍ୟ ଦିନକୁ ଦିନ ବଢିବାକୁ ଲାଗିଛି । ଆଜି ଭୁବନେଶ୍ୱରରୁ ମୋଟ ୭୪୫ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ସେ ଭିତରୁ ୫୯୮ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ବିଏମସି ରିପୋର୍ଟ ଦେଇଛି ।

ବିଏମସିର ରିପୋର୍ଟ ମୁତାବକ, ବଡଗଡ, ଚନ୍ଦ୍ରଶେଖରପୁର, ବିଜେପି ନଗର, ଚକେଇସିଆଣି, ବରମୁଣ୍ଡା, ଡୁମୁଡୁମା, ଖଣ୍ଡଗିରି ଆଦି ଅଂଚଳରୁ ଏକାଧିକ ଲୋକାଲ୍ କେସ୍ ସାମ୍ନାକୁ ଆସିଛି । ଏହାସହ ଝାରପଡା, ପୁରୁଣା ଭୁବନେଶ୍ୱର, ନୟାପଲ୍ଲୀ, ମଂଚେଶ୍ୱରରୁ ମଧ୍ୟ ଏକାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଭୁବନେଶ୍ୱରର ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪୭୬୩କୁ ବୃଦ୍ଧି ପାଇଛି । ଏହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୯ ହଜାର ଟପିଛି । ଅନ୍ୟପଟେ ୨୪ ଘଂଟା ଭିତରେ ଭୁବନେଶ୍ୱରରୁ ୩୯୯ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୋଲି ବିଏମସି ରିପୋର୍ଟ ଦେଇଛି ।