ପାଖେଇ ଆସୁଛି ବାତ୍ୟା ଫୋନି । ବାତିଲ ହେଲା ୭୪ଟି ଟ୍ରେନ୍, ଆସନ୍ତାକାଲି ସନ୍ଧ୍ୟାରୁ ଭୁବନେଶ୍ୱର ଓ ପୁରୀକୁ ଆସିବନି କୌଣସି ଟ୍ରେନ ।

2,045

କନକ ବ୍ୟୁରୋ : କାୟା ମେଲାଉଛି ବାତ୍ୟା ଫୋନି । ଓଡିଶା ଆଡକୁ ଫୋନି ଯେତିକି ପାଖଉଛି, ଲୋକଙ୍କ ମନରେ ଭୟ ସେତିକି ବଢୁଛି । ସମୁଦ୍ର ମଧ୍ୟରେ ବଳ ଗୋଟାଇ ଭୟଙ୍କର ବାତ୍ୟାରେ ପରିଣତ ହୋଇଥିବା ଫୋନି ଓଡିଶା ଉପକୂଳରେ ସ୍ଥଳଭାଗ ଛୁଇଁବ । ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଥିବା ବେଳେ ପୂର୍ବତଟ ରେଳବାଇ ପକ୍ଷରୁ ମଧ୍ୟ ୭୪ଟି ଟ୍ରେନ ବାତିଲ କରାଯାଇଛି ।

ପ୍ରଥମ ପର୍ଯ୍ୟାୟରେ ୭୪ଟି ଟ୍ରେନ ବାତିଲ କରାଯାଇଛି । ଯାତ୍ରୀଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନେଇଛି ପୂର୍ବତନ ରେଳବାଇ । ଆସନ୍ତାକାଲି ଠାରୁ ଭଦ୍ରକରୁ ବିଜୟନଗରମକୁ ଯାତାୟତ କରୁଥିବା ସମସ୍ତ ଟ୍ରେନକୁ ବାତିଲ କରାଯାଇଛି । ସେହିଭଳି ଆସନ୍ତାକାଲି ସନ୍ଧ୍ୟାରୁ ଭୁବନେଶ୍ୱର ଓ ପୁରୀକୁ କୌଣସି ଟ୍ରେନ ଆସିବନି । ହାୱାଡାରୁ ଆସୁଥିବା ଇଷ୍ଟକୋଷ୍ଟ ଏକ୍ସପ୍ରେସ ଓ କରମଣ୍ଡଳ ଏକ୍ସପ୍ରେସକୁ ଆସନ୍ତାକାଲି ଠାରୁ ବାତିଲ କରାଯାଇଛି । ହାୱାଡାରୁ ବାଙ୍ଗାଲୋର, ଚେନ୍ନାଇ, ଓ ସିକନ୍ଦରାବାଦ ଯାଉଥିବା ସମସ୍ତ ଟ୍ରେନ ଚଳାଚଳକୁ ଆସନ୍ତାକାଲି ସନ୍ଧ୍ୟା ଠାରୁ ବାତିଲ କରାଯିବ । ସେହିଭଳି ମେ ୩ରେ ପୁରୀ ଓ ଭୁବନେଶ୍ୱରରୁ ବାହାରୁଥିବା ସମସ୍ତ ଟ୍ରେନକୁ ବାତିଲ କରାଯାଇଛି ।