ଭୁବନେଶ୍ୱରରେ ଶହେ ତଳେ ଆକ୍ରାନ୍ତ ସଂଖ୍ୟା । ଆଜି ୭୪ ପଜିଟିଭ ଚିହ୍ନଟ । ସେପଟେ ସୁସ୍ଥ ହେଲେ ୨୧୪ ଜଣ

88

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରୁ ଆଜି ମୋଟ୍‌ ୭୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରେ ୧୬ ଜଣ ସଂଗରୋଧ ଓ ୫୮ ଜଣ ସ୍ଥାନୀୟ ଅଂଚଳରୁ ଅଛନ୍ତି । ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଭୁବନେଶ୍ୱରରୁ ଆଜି ୨୧୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସୂଚନା ଅନୁସାରେ ଭୁବନେଶ୍ୱରରୁ ଆଜି ପର୍ୟ୍ୟନ୍ତ ୨୯ ହଜାର ୩୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୨୭ ହଜାର ୯୫୮ ଜଣ ସୁସ୍ଥ ହୋଇସାରିଛନ୍ତି। ଏବେ ୧ ହଜାର ୧୬୩ ଜଣ ଆକ୍ରାନ୍ତ ସକ୍ରିୟ ଥିବା ବେଳେ ୧୬୮ ଜଣଙ୍କର ମୃତ୍ୟୁ ହୋଇଛି।

ସଂଗରୋଧରୁ ଚିହ୍ନଟ କରୋନା ପଜିଟିଭ ବ୍ୟକ୍ତିମାନେ ପୂର୍ବରୁ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ। ପୁରୁଣା ଭୁବନେଶ୍ୱର, ୟୁନିଟ-୯ରୁ ଆଜି ୪ ଜଣ ଲେଖାଏଁ, ବରମୁଣ୍ଡା, ଡୁମଡୁମା, ନୟାପଲ୍ଲୀରୁ ୩ ଜଣ, ଚନ୍ଦ୍ରଶେଖରପୁରରୁ ୨ ଜଣ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସ୍ଥାନୀୟ ସଂକ୍ରମଣ ଯୋଗୁଁ ଆଜି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।