ଅନ୍ତରୀଣ ବଜେଟକୁ ନେଇ ସେଞ୍ଚୁରିଅନ ବିଦ୍ୟାଳୟରେ ବିଶ୍ଲେଷଣାତ୍ମକ କର୍ମଶାଳା ଅନୁଷ୍ଠିତ । ଛାତ୍ରଛାତ୍ରୀ ମାନେ କଲେ ଅନ୍ତରୀଣ ବଜେଟର ସମୀକ୍ଷା ଓ ବିଶ୍ଲେଷଣ ।

113

କନକ ବ୍ୟୁରୋ : ଅର୍ଥବ୍ୟବସ୍ଥା ଯେକୌଣସି ଦେଶର ଆର୍ଥିକ ମାନ ସୁଦୃଢ କରିବାରେ ସହାୟକ ହୋଇଥାଏ । ଅର୍ଥବ୍ୟବସ୍ଥାର ସୁଦୃଢ଼ୀକରଣ ପାଇଁ ଭିତ୍ତଭୂମିର ଉନ୍ନତିକରଣ ନିତାନ୍ତ ଆବଶ୍ୟକ । ଏଇ ଭିତ୍ତିଭୂମିର ଉନ୍ନତିକରଣ ଓ ଅର୍ଥ ବ୍ୟବସ୍ଥାର ବିଭିନ୍ନ ବିଭାଗ ଯେପରି କୃଷି, ଶିଳ୍ପ ଓ ସେବା କ୍ଷେତ୍ରର ବିକାଶ ପାଇଁ ବଜେଟ ବା ଆର୍ଥିକ ଅଟକଳ ପ୍ରତିବର୍ଷ ଦେଶର ବିତ୍ତୀୟ ମନ୍ତ୍ରଣାଳୟ ଏହା ପ୍ରସ୍ତୁତ ଏବଂ ସଂସଦରେ ଉପସ୍ଥାପିତ କରିଥାଏ ।

ଛାତ୍ରଛାତ୍ରୀଙ୍କୁ ଏହି କାର୍ଯ୍ୟକ୍ରମ ବିଷୟରେ ଅବଗତ କରାଇବା ପାଇଁ ସେଞ୍ଚୁରିଅନ ବିଦ୍ୟାଳୟର କର୍ତ୍ତୃପକ୍ଷ ଅନ୍ତରୀଣ ବଜେଟର ଏକ ବିଶ୍ଲେଷଣାତ୍ମକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଏକାଦଶ (କଳା )ଶ୍ରେଣୀର ୫୦ ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଛାତ୍ରଛାତ୍ରୀ ମାନେ ଆଗାମୀ ଆର୍ଥିକ ବର୍ଷ ପାଇଁ ସଂସଦରେ ଉପସ୍ଥାପିତ ହୋଇଥିବା ଅନ୍ତରୀଣ ବଜେଟର ସମୀକ୍ଷା ଓ ବିଶ୍ଲେଷଣ କରିଥିଲେ । ଛାତ୍ରଛାତ୍ରୀ ମାନେ ବିଭିନ୍ନ ଆର୍ଥିକ ସମସ୍ୟା ଯେପରି ଦାରିଦ୍ର୍ୟ, ବେକାରୀ ସମସ୍ୟା, ଧାରଣୀୟ ବିକାଶ, ମୁଦ୍ରାସ୍ଫିତୀ, ଆନୁଷ୍ଠାନିକ ଓ ଅଣ ଅନୁଷ୍ଠାନିକ ଋଣ ବ୍ୟବସ୍ଥା, ନାରୀ ଶଶକ୍ତିକରଣ, ଯୁବଶକ୍ତିର ବିକାଶ ପରି ବିଷୟ ଗୁଡିକର ବିଶ୍ଲେଷଣ ଓ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମ ଅନୁଷ୍ଠାନର ଆଞ୍ଚଳିକ ନିର୍ଦେଶକ ଡ଼. ପ୍ରଦୀପ କୁମାର ଷଡ଼ଙ୍ଗୀଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାଵଧାନରେ ପରିଚାଳିତ ହୋଇଥିଲା ।

ସେଞ୍ଚୁରିଅନ ବିଦ୍ୟାଳୟର ଉପାଧକ୍ଷା ଶ୍ରୀମତୀ ପୁଣ୍ୟତୋୟା ବିଶ୍ୱାଳଙ୍କର ମାର୍ଗ ଦର୍ଶନରେ କାର୍ଯ୍ୟକ୍ରମଟି ସମାପିତ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ତମାଳ ଚକ୍ରବର୍ତ୍ତୀ ମଧ୍ୟ ଉପସ୍ଥିତ ରହି ଏହାକୁ ସଫଳ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଅନୁଷ୍ଠାନ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ପାଇଁ ସୂଚନା ଧର୍ମୀ ଓ ଉପଯୋଗୀ ହୋଇପାରିଥିଲା । ଅନୁଷ୍ଠାନର ଏହି ଅଭିନବ ପ୍ରୟାସକୁ ସହରର ସବୁ ମହଲରେ ସ୍ୱାଗତ କରାଯାଇଛି ।