ରାଜ୍ୟ ପାଳୁଛି ୭୩ତମ ସାଧାରଣତନ୍ତ୍ର ଦିବସ । କୋଭିଡ କଟକଣା ଭିତରେ ରାଜ୍ୟବ୍ୟାପୀ ଅନୁଷ୍ଠିତ ହେଲା ସାଧାରଣତନ୍ତ୍ର ଦିବସ

61

ରାଜ୍ୟ ପାଳୁଛି ୭୩ତମ ସାଧାରଣତନ୍ତ୍ର ଦିବସ । କୋଭିଡ କଟକଣା ଭିତରେ ରାଜ୍ୟବ୍ୟାପୀ ଅନୁଷ୍ଠିତ ହେଲା ସାଧାରଣତନ୍ତ୍ର ଦିବସ । ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ପାଳିତ ହୋଇଛି ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ । ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ରାଜ୍ୟାପଳ ପ୍ରଫେସର ଗଣେଣୀ ଲାଲ । ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଜାତୀୟ ପତାକା ଉତୋଳନ କରିବା ସହ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଏଥିରେ ମୋଟ୍ ୮ଟି ଟ୍ରୁଫ୍ ସହିତ ୨ଟି ବ୍ୟାଣ୍ଡ ଭାଗ ନେଇଥିଲେ । ପ୍ରଥମ ଥର ପାଇଁ ପରେଡ୍ରେ ବିଏସ୍ଏଫ୍ ଟ୍ରୁଫ୍ ସାମିଲ ହୋଇଥିଲା । ରାଜ୍ୟସ୍ତରୀୟ ପରେଡ୍ ଉତ୍ସବ ପାଇଁ ଗାନ୍ଧୀ ମାର୍ଗକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ୍ କରାଯାଇଥିବା ବେଳେ ସଂପୂର୍ଣ୍ଣ ଗାନ୍ଧୀ ମାର୍ଗକୁ ସିସିଟିଭି ନଜରରେ ରଖାଯାଇଥିଲା ।

ଦେବଗଡର ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମଠାରେ ଆଜି ୭୩ ତମ ସାଧାରଣତନ୍ତ୍ର ଦିବସ ନିଡାମ୍ବର ଭାବେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୂଖ୍ୟ ଅତିଥି ଭାବେ ଦେବଗଡ ଜିଲ୍ଲାପାଳ ଯୋଗ ଦେଇ ଜାତୀୟ ପତାକା ଉତୋଳନ କରିଥିଲେ । ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ସାମଲ ସ୍ୱାଧୀନତାର ଏହି ପର୍ବରେ ଦେଶ ସ୍ୱାଧୀନରେ ବଳିଦାନ କରିଥିବା ମନୀଷି ମାନଙ୍କ ସ୍ମୃତିଚାରଣ କରିବା ସହିତ ଦେବଗଡ ଜିଲ୍ଲାର ସମସ୍ତ ଅଭିନନ୍ଦନ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଦେବଗଡ ଏସ୍.ପି., ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ ବହୁ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।

ସାଧାରଣତନ୍ତ୍ର ଦିବସ କନ୍ଧମାଳ ଜିଲ୍ଲାରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ମାନ୍ୟବର ଦକ୍ଷତା ବିକାଶ ବୈଷୟିକ ମନ୍ତ୍ରୀ ପତାକା ଉତୋଳନ କରି ଅଭିଭାଷଣ ରଖିଥିଲେ । ଏହାକୁ ଦୃଷ୍ଟି ରଖି ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଥିଲା । ଫୁଲବାଣୀ ସହରରେ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ, ୨୦ ଜଣ ଅଫିସର ନିଯୁକ୍ତି ରହିଥିଲେ । ମାନ୍ୟବର ମନ୍ତ୍ରୀଙ୍କ ସହ ପ୍ୟାରେଡ ଅଭିବାଦନ କନ୍ଧମାଳ ଜିଲ୍ଲାପାଳ ବୃନ୍ଦା ଡି ଓ ଆରକ୍ଷୀ ଅଧିକ୍ଷକ ଭିନିତ ଅଗ୍ରଓା୍ୱଲ ମଧ୍ୟ ଯୋଗ ଦେଇଥିଲେ ।

ସେହିପରି ସୁନ୍ଦରଗଡ ସ୍ତାନୀୟ ରିର୍ଜଭ ଗ୍ରାଉଣ୍ଡରେ ୭୨ ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଆୟୋଜିତ ଜିଲ୍ଲା ସ୍ତରୀୟ ଉତ୍ସବରେ ରାଜ୍ୟ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଜାତୀୟ ପତାକା ଉତୋଳନ କରିବା ସହ କରୋନା ଯୋଦ୍ଧାମାନଙ୍କୁ ସମ୍ମାନିତ କରିଥିଲେ ।

ମାଲକାନଗିରି ଜିଲ୍ଲାରେ ମଧ୍ୟ ନିରାଡମ୍ବର ଭାବେ ୭୩ ତମ ଗଣତନ୍ତ୍ର ଦିବସ ପାଳିତ ହୋଇ ଯାଇଛି । ମନ୍ତ୍ରୀ ଜଗନ୍ନାଥ ସାରକା ଜିଲ୍ଲାସ୍ତରୀୟ ଗଣତନ୍ତ ଦିବସରେ ମୁଖ୍ୟ ଅତିଥି ଭାବେ ଦେଇ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ । କୋଭିଡ କଟକଣାକୁ ଅନୁପାଳନ କରି କେବଳ କିଛି ପୁଲିସ କର୍ମଚାରୀଙ୍କୁ ନେଇ ପ୍ୟାରେଡ ଅନୁଷ୍ଠିତ ହୋଇ ଥିବା ବେଳେ ନିର୍ବାଚନ ଆଚରଣ ବିଧି ଯୋଗୁ ସଂକ୍ଷେପରେ ନିଜ ଅଭିଭାଷଣ ରଖି ସହିଦଙ୍କ ସମ୍ପର୍କରେ ଜିଲ୍ଲାବାସୀଙ୍କୁ ସମ୍ବୋଧିତ କରିଥିଲେ ।