୭୩ ତମ ଗଣତନ୍ତ୍ର ଦିବସ : ଅଟାରୀ-ୱାଘା ବର୍ଡ଼ରରେ ମିଠେଇ ଦିଆନିଆ ହେଲେ ସେନା ଯବାନ

60

କନକ ବ୍ୟୁରୋ : ଗଣତନ୍ତ୍ର ଦିବସ ଅବସରରେ ଅଟାରୀ ୱାଘା ବର୍ଡରରେ ବିଏସଏଫ୍ ଓ ପାକିସ୍ତାନ ରେଞ୍ଜର୍ସଙ୍କ ମଧ୍ୟରେ ମିଠା ବିନିୟମ କରାଯାଇଛି । ପାକିସ୍ତାନ ରେଞ୍ଜର୍ସର ବିଏସଏଫ୍ ଅଧିକାରୀ ୭୩ ତମ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଥିଲେ । ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସରେ ଏପରି ଦୃଶ୍ୟ ଦେଖିବାକୁ ମିଳିଥାଏ । ଏହା ପୂର୍ବରୁ ଦିପାବଳୀ ଅବସରରେ ଭାରତ-ପାକିସ୍ତାନ ଅଧିକାରୀମାନେ ପରସ୍ପରକୁ ମିଠା ଆଦାନପ୍ରଦାନ କରିଥିଲେ । ଇଦ୍, ହୋଲିରେ ମଧ୍ୟ ଭାରତ-ପାକିସ୍ତାନ ଅଧିକାରୀମାନେ ପରସ୍ପରକୁ ମିଠା ଦେବାର ପରମ୍ପରା ରହିଛି ।

ଆଜି ସାରା ଦେଶ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଛି । ଦେଶର ବିଭିନ୍ନ ସ୍ଥାନରେ ଭାରତୀୟ ଯବାନମାନେ ଗଣତନ୍ତ୍ର ଦିବସ ପାଳନ କରୁଛନ୍ତି । ୧୫ ହଜାର ଫୁଟ ଉପରେ ଯବାନଙ୍କ ପରେଡ୍ର ଭିଡିଓ ସାମ୍ନାକୁ ଆସିଛି । ଲଦାଖ ବର୍ଡରରେ ମାଇନସ୍ ୩୫ ଡିଗ୍ରୀ ତାପମାତ୍ରାରେ ଆଇଟିବିପିର ଯବାନମାନେ ତ୍ରିରଙ୍ଗା ଉଡାଇଛନ୍ତି । ସେହିପରି ହିମାଚଳ ପ୍ରଦେଶରେ ୧୬ ହଜାର ଫୁଟ ଉପରେ ଆଇଟିବିପିର ଯବାନମାନେ ତ୍ରିରଙ୍ଗା ଉଡାଇବା ସହ ପରେଡ୍ କରିଛନ୍ତି । ଉତରାଖଣ୍ଡରେ ବି ଯବାନମାନେ ମାଇନସ୍ ୨୦ ଡିଗ୍ରୀ ତାପମାତ୍ରାରେ ୧୨ ହଜାର ଫୁଟ ଉପରେ ତ୍ରିରଙ୍ଗା ଉଡାଇଛନ୍ତି ।