ଏମିତି ବି ହୁଏ ପ୍ରେମ ! ୭୨ ବର୍ଷୀୟ ମହିଳା ଏବଂ ୧୯ ବର୍ଷର ବାଳକ ବିବାହ ବନ୍ଧନରେ ହେଲେ ଆବଦ୍ଧ ।  

71

କଥାରେ ଅଛି ପ୍ରେମ ବୟସ, ଜାତି, ଧର୍ମ କିଛି ମାନିନଥାଏ । ଆଉ ଏହି ଉକ୍ତିର ସତ୍ୟତା ଏବେ ସାମ୍ନାକୁ ଆସିଛି । ଜଣେ ୭୨ ବର୍ଷୀୟ ମହିଳା ଜଣେ ୧୯ ବର୍ଷର ବାଳକ ସହ ବିବାହ କରିଛନ୍ତି । ଖବରଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ । ଆମେରିକାର ଟେନେସୀ ରାଜ୍ୟର ମେରିବିଲେର ବାସିନ୍ଦା ଅଲମେଡା ଏରେଲ ୧୯ ବର୍ଷର ବାଳକ ଗ୍ୟାରୀ ହାର୍ଡବିକଙ୍କୁ ବିବାହ କରି ତାଙ୍କୁ ନିଜର ପ୍ରକୃତ ପ୍ରେମ ବୋଲି କହିଛନ୍ତି । ଏକ ଜନ୍ମଦିନ ପାର୍ଟିରେ ଗ୍ୟାରୀଙ୍କ ସହ ଅଲମେଡାଙ୍କର ସାକ୍ଷାତ ହୋଇଥିଲା । ତେବେ ଏହି ଦୁଇଜଣଙ୍କ ପ୍ରେମ କାହାଣୀ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ମହିଳାଜଣଙ୍କ କହିଛନ୍ତି ଯେ, ସେ କେବେ ଗ୍ୟାରୀଙ୍କୁ ନିଜ ଠାରୁ କମ ବୟସର ଝିଅମାନଙ୍କ ପ୍ରତି ଆକର୍ଷିତ ହେବାର ଦେଖିନାହାନ୍ତି । ତେବେ ମାତ୍ର ୨ ସପ୍ତାହ ଡେଟ କଲା ପରେ ଏହି ପ୍ରେମ ଯୋଡି ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ।

 ଦୁଇଜଣଙ୍କର ବୟସରେ ୫୩ ବର୍ଷର ଅନ୍ତର ରହିଛି । ଗ୍ୟାରୀଙ୍କ ବୟସ ମହିଳାଙ୍କର ଜମେ ନାତିଙ୍କ ବୟସ ଠାରୁ ମଧ୍ୟ କମ ଅଟେ । କିନ୍ତୁ ଗ୍ୟାରୀ ନିଜକୁ ପୂର୍ଣ୍ଣ ବିକଶିତ ବୋଲି କହିଥାନ୍ତି । ତେବେ ଏହା ପୂର୍ବରୁ ଗ୍ୟାରୀ ଜଣେ ୭୭ ବର୍ଷୀୟ ମହିଳାଙ୍କ ସହ ଥିଲେ । କିନ୍ତୁ ଦୁଇଜଣଙ୍କ ସମ୍ପର୍କ ଭଲ ରହିଲା ନାହିଁ । ଆଉ ଏହା ପରେ ସେ ଅଲମେଡାଙ୍କ ସହ ବିବାହ କରିଥିଲେ ।

ଏହି ଦୁଇ ଜଣଙ୍କର ବିବାହକୁ ଏବେ ଦୁଇ ବର୍ଷ ପୁରି ସାରିଲାଣି । କିନ୍ତୁ ଏବେ ବି ମଧ୍ୟ ଦୁଇ ଜଣଙ୍କର ପ୍ରେମ କାହାଣୀକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଲାଗିରହିଛି । ଦୁଇ ପ୍ରେମ ଯୋଡିଙ୍କର କହିବା କଥା ପରିବାରର ଅନେକ ଲୋକ ତାଙ୍କର ଏହି ବିବାହକୁ ସ୍ୱୀକାର କରିନଥିଲେ । କିନ୍ତୁ ଏବେ ବିବାହର ଦୁଇ ବର୍ଷ ପରେ ମଧ୍ୟ ଦୁଇ ଜଣ ଅତ୍ୟନ୍ତ ଖୁସିରେ ଅଛନ୍ତି ।