ମେଗା ପାନୀୟ ଜଳ ପ୍ରକଳ୍ପ : ୭୨ ବିଧାୟକଙ୍କ ପ୍ରଶ୍ନ, ମନ୍ତ୍ରୀ ଦେଲେ ଉତ୍ତର ।

110

କନକ ବ୍ୟୁରୋ : ରାଜ୍ୟରେ ପାନୀୟଜଳ ପ୍ରକଳ୍ପ ନିର୍ମାଣ ନେଇ ଗୃହରେ ଉଦବେଗ । ପାନୀୟ ଜଳ ପ୍ରକଳ୍ପ ନିର୍ମାଣରେ ବିଳମ୍ବ ନ କରିବା ଓ ସମସ୍ତ ଘରେ ପାନୀୟ ଜଳ ପହଞ୍ଚାଇବା ପାଇଁ ଗୃହରେ ଦାବି କଲେ ଉଭୟ ଶାସକ ଓ ବିରୋଧୀ ଦଳର ବିଧାୟକ । ପ୍ରକଳ୍ପ ନିର୍ମାଣ କାର୍ଯ୍ୟ କାହାକୁ ଦିଆଯାଉଛି ଆଉ କେଉଁ ସଂସ୍ଥା କିପରି ଏହି କାର୍ଯ୍ୟ କରୁଛନ୍ତି ସେ ନେଇ ପ୍ରଶ୍ନ କରିଛନ୍ତି ବିଭିନ୍ନ ଦଳର ବିଧାୟକ । ତେବେ ଏନେଇ ଉତ୍ତର ରଖିଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ ।

ଗୃହରେ ପଞ୍ଚାୟତିରାଜ ମନ୍ତ୍ରୀ ଉତ୍ତରରେ କହିଛନ୍ତି, ରାଜ୍ୟରେ ୯୦ ଟି ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲିଛି । କୌଣସି ପାନୀୟ ଜଳ ପ୍ରକଳ୍ପ କରିବା ପୂର୍ବରୁ ପ୍ରଥମେ ଆରଡବ୍ଲୁଏସଏସ ଯାଇ ସର୍ଭେ କରନ୍ତି ଏବଂ ପରେ କୌଣସି ଏକ କନ୍ସଟାଲିସକୁ ଷ୍ଟଡ଼ି କରିବାକୁ ଦିଆଯାଇ ଥାଏ । ଏହା ପରେ ଆମେ ଟେଣ୍ଡର କରି କାର୍ଯ୍ୟ ଆରମ୍ଭ କରିଥାଉ । ସବୁ ପ୍ରକଳ୍ପ ସ୍ୱଚ୍ଛତାର ଶହ କାର୍ଯ୍ୟକାରୀ ହେଉଛି । କେଉଁଠି ଟିକିଏ ବିଳମ୍ବ ହେଉଛି ଯାହାକି ମାତ୍ର ୪ ରୁ ୫ ପାଞ୍ଚ ମାସ ସମୟ । ତେବେ ଉଭୟ ଶାସକ ଓ ବିରୋଧୀ ଦଳର ୭୨ ଜଣ ସଦସ୍ୟ ଏହି ବିଷୟରେ ଆଲୋଚନା ପାଇଁ ଚାହୁଁଥିବାରୁ ମନ୍ତ୍ରୀଙ୍କୁ ବାଚସ୍ପତିଙ୍କ ନିର୍ଦ୍ଦେଶ, ଯେଉଁଠି ଯାହା ସମସ୍ୟା ଅଛି ସମାଧାନ କରଯାଉ ।