୨୪ଟି ଜିଲ୍ଲାରୁ ୭୧୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ : କ୍ୱାରେଣ୍ଟାଇନ ସେଣ୍ଟରରୁ ୪୭୯ ଓ ସ୍ଥାନୀୟ ଅଞ୍ଚଳରୁ ୨୩୯। ଗଞ୍ଜାମରୁ ସର୍ବାଧିକ ୨୩୧, ଖୋର୍ଦ୍ଧାରୁ ୧୫୦ ପଜିଟିଭ ଚିହ୍ନଟ । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬,୧୧୦କୁ ବୃଦ୍ଧି ।

Advertisment
୨୪ଟି ଜିଲ୍ଲାରୁ ୭୧୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ : କ୍ୱାରେଣ୍ଟାଇନ ସେଣ୍ଟରରୁ ୪୭୯ ଓ ସ୍ଥାନୀୟ ଅଞ୍ଚଳରୁ ୨୩୯। ଗଞ୍ଜାମରୁ ସର୍ବାଧିକ ୨୩୧, ଖୋର୍ଦ୍ଧାରୁ ୧୫୦ ପଜିଟିଭ ଚିହ୍ନଟ । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬,୧୧୦କୁ ବୃଦ୍ଧି ।

କନକ ବ୍ୟୁରୋ : ଆଜି ୭୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୭୯ ସଂଗରୋଧ କେନ୍ଦ୍ରରୁ , ସ୍ଥାନୀୟ ଅଂଚଳରୁ ହେଉଛନ୍ତି ୨୩୯ ଜଣ । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ୧୬ ହଜାର ୧୧୦ରେ ପହଚିଂଛି । ଆଜି ଚିହ୍ନଟ ୭୧୮ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଗଂଜାମରେ ସର୍ବାଧିକ ୨୩୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୫୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗଡରୁ ୧୦ ଜଣ, ରାୟଗଡାରୁ ୧୯ ଜଣ, ନୟାଗଡ଼ରୁ ୧୩ ଜଣ, ଝାରସୁଗୁଡାରୁ ୨୪ ଜଣ, ଜଗତସିଂହପୁରରୁ ୧୬ ଜଣ, ଗଜପତିରୁ ୨୧ ଜଣ, ମାଲାକାନଗିରିରୁ ୫୪ ଜଣ, କଟକରୁ ୩୨ ଜଣ, ଭଦ୍ରକରୁ ୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳ ଓ ବାଲେଶ୍ୱରରୁ ୯ ଜଣ ଲେଖାଁଏ.କନ୍ଧମାଳ ଓ ସମ୍ବଲପୁରରୁ ୭ ଜଣ ଲେଖାଁଏ ପଜିଟିଭି ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬ ହଜାର ୧୧୦ରେ ପହଞ୍ଚିଲା । ସେଥିମଧ୍ୟରୁ ସକ୍ରିୟ ସଂକ୍ରମିତ ୫ହଜାର ୧୨୪ ଓ ସୁସ୍ଥ ସଂଖ୍ୟା ୧୦ହଜାର ୮୭୭ । ବର୍ତ୍ତମାନ ସୁଦ୍ଧା ୩ଲକ୍ଷ ୬୯ହଜାର ୭୩୮ କରୋନା ପରୀକ୍ଷା ହୋଇସାରିଲାଣି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe