ଆଜି ସାରା ଦେଶ ପାଳୁଛି ୭୧ ତମ ଗଣତନ୍ତ୍ର ଦିବସ : ଆସନ୍ତୁ ଜାଣିବା , ଜାନୁଆରୀ ୨୬ ରେ କାହିଁକି ଭାରତରେ ଗଣତନ୍ତ୍ର ଦିବସ ପାଳନ କରାଯାଏ ?

511

ସାରା ଭାରତରେ ଯେପରି ଭାବରେ ଆମେ ମାନେ ସ୍ୱାଧୀନତା ଦିବସ ପାଳନ କରିଥାଉ ଠିକ୍ ସେହିପରି ଭାବରେ ଜାନୁଆରୀ ୨୬ ଦିନକୁ ଆମେ ସମସ୍ତେ ସାଧାରଣତନ୍ତ୍ର ଦିବସ ଭାବରେ ପ।ଳନ କରିଥାଉ । ତେବେ ଏହି ଦିନକୁ କାହିଁକି ସାଧାରଣତନ୍ତ୍ର ଦିବସ ଭାବରେ ପାଳନ କରିଥାଉ ତାହାର ମଧ୍ୟ କାରଣ ରହିଛି । ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥାର ଅପସାରଣ ହୋଇ ଭାରତ ଏକ ସାର୍ବଭୌମତ୍ୱ ଗଣତନ୍ତ୍ର ରାଷ୍ଟ୍ର ରୂପେ ଅର୍ଥାତ ଲିଖିତ ସାମ୍ବିଧାନିକ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିଲା ।

ତେଣୁ ସେହି ଦିନଠାରୁ ଜାନୁଆରୀ ୨୬ ଆମେ ମାନେ ସାଧାରଣତନ୍ତ୍ର ଦିନ ପାଳନ କରିଥାଉ । ଏହିଦିନ ମଧ୍ୟ ଅଗଷ୍ଟ ୧୫ ଭଳି ରାଜଧାନୀ ଦିଲ୍ଲୀର ଲାଲକିଲ୍ଲାଠାରେ ଭାରତର ରାଷ୍ଟ୍ରପତି ଜାତୀୟ ପତାକା ଉତ୍ତୋଳନ କରିଥାନ୍ତି । ଏହାପରେ ଅଭିବାଦନ ଗ୍ରହଣ କରନ୍ତି ରାଷ୍ଟ୍ରପତି । ଭାରତର ପ୍ରଧାନମନ୍ତ୍ରୀ, ଉପରାଷ୍ଟ୍ରପତିଙ୍କ ସମେତ ଅନେକ ନେତା, ଅଫିସର ସେଠାରେ ଉପସ୍ଥିତ ରହନ୍ତି । ପୂର୍ବରୁ ପ୍ରସ୍ତୁତ ହୋଇରହିଥିବା ବିଭିନ୍ନ ପ୍ୟାରେଡ ଟ୍ରୁପ ପ୍ୟାରେଡ କରନ୍ତି । ଅନେକ ସମୟରେ ଦେଖାଯାଏ ବାହାର ଦେଶରୁ ଅତିଥି ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୁଅନ୍ତି । ଜାନୁଆରୀ ୨୬ ପୂର୍ବଦିନ ଅର୍ଥାତ ୨୫ ତାରିଖରେ ରାଷ୍ଟ୍ରପତି ଦେଶ ଉଦ୍ଦେଶ୍ୟରେ ନିଜର ବକ୍ତବ୍ୟ ରଖନ୍ତି ।

 

କେବଳ ରାଜଧାନୀ ଦିଲ୍ଲୀରେ ନୁହେଁ ବରଂ ଅନେକ ରାଜ୍ୟରେ ମଧ୍ୟ ଏହାକୁ ପାଳନ କରାଯାଇଥାଏ । ଯେହେତୁ ସାରା ବିଶ୍ୱରେ ଭାରତର ଗଣତନ୍ତ୍ର ଏକ ବିଶାଳ ଗଣତନ୍ତ୍ରର ଆଖ୍ୟା ପାଇଛି ତେଣୁ ସମ୍ବିଧାନ ପ୍ରଣୟନ ହୋଇଥିବା ଦିନକୁ ସମସ୍ତ ଭାରତୀୟମାନେ ଗଣତନ୍ତ୍ର ଦିବସ ଭାବରେ ପାଳନ କରିଥାଉ ।