କନକ ବ୍ୟୁରୋ: ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପରେ ରାଜ୍ୟ ନିର୍ବାଚନ କମିଶନଙ୍କ ପ୍ରେସମିଟ । କହିଲେ, ୧୫୬୪ ଗ୍ରାମପଞ୍ଚାୟତରେ ନିର୍ବାଚନ ଶେଷ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ପରେ ଏଯାଏଁ ରାଜ୍ୟରେ ମୋଟ ୭୧ ପ୍ରତିଶତ ମତଦାନ ହୋଇଛି ।
ଆହୁରି କହିଛନ୍ତି କି, ପ୍ରଥମ ପର୍ଯ୍ୟାୟ ଭୋଟିଂରେ ହୋଇଥିବା ବିଶୃଙ୍ଖଳାକୁ ଦୃଷ୍ଟିରେ ରଖି ଆଜିର ନିର୍ବାଚନ କଡ଼ାକଡ଼ି ହୋଇଥିଲା । କିଛି ସ୍ଥାନରେ ଭୋଟ୍ ବାଲାଟ୍ ପେପର ଏବଂ ବିଶୃଙ୍ଖଳା ପାଇଁ ଭୋଟିଂ ହୋଇପାରିନି । ଜଗତସିଂହପୁର, ଯାଜପୁରର କିଛି ବୁଥରେ ଭୋଟ୍ ବାଧାପ୍ରାପ୍ତ ହୋଇଛି । ଜିଲ୍ଲାପାଳଙ୍କ ରିପୋର୍ଟ ପରେ ସେହିସ୍ଥାନରେ ପୁନଃମତଦାନ ହୋଇପାରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2022/02/8-27.jpg)